ବିଦେଶରେ କରଭା ଚୌଥ ପାଳିଲେ ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 5, 2020

ବିଦେଶରେ କରଭା ଚୌଥ ପାଳିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବିବାହ ପରେ ନିଜ ସ୍ୱାମୀ ନିକ୍‌ ଜୋନସ୍‌ଙ୍କ ସହ ବିଦେଶରେ ରହୁଛନ୍ତି। କିନ୍ତୁ ବିଦେଶରେ ରହୁଥିଲେ ମଧ୍ୟ ସେ ନିଜ ଦେଶର ସଂସ୍କୃତି ଓ ପରମ୍ପରାକୁ ଭୁଲିନାହାଁନ୍ତି। ପ୍ରିୟଙ୍କା ପ୍ରତ୍ୟେକ ପର୍ବ ପର୍ବାଣୀକୁ ବେଶ୍ ଭଲ ଭାବେ ସମସ୍ତ ରୀତିନୀତି ସହ ପାଳନ କରନ୍ତି।  ଗତକାଲି ସେ କାରଭା ଚୌଥ ମଧ୍ୟ ପାଳନ କରିଥିଲେ।  ପ୍ରିୟଙ୍କା ଏହି ସମୟର ଫଟୋ ମଧ୍ୟ ସୋଶାଲ୍ ମିଡିଆରେ ଶେଆର୍ କରିଛନ୍ତି।

 

View this post on Instagram

 

Happy Karwa Chauth to everyone celebrating.❤️ I love you @nickjonas

A post shared by Priyanka Chopra Jonas (@priyankachopra) on

ଫଟୋରେ ପ୍ରିୟଙ୍କା ବହୁତ ସୁନ୍ଦର ଲାଗୁଛନ୍ତି। ସେ ଏକ ନାଲିରଙ୍ଗର ଶାଢ଼ୀ ପିନ୍ଧି ରେ ହାତରେ ପୂଜା ଥାଳି ଧରି ଠିଆ ହୋଇଛନ୍ତି। ଫଟୋରେ ତାଙ୍କ ସ୍ୱାମୀ ନିକ ଜୋନାସ ମଧ୍ୟ ପ୍ରିୟଙ୍କା ଚୋପ୍ରାଙ୍କ ସହ ନଜର ଆସିଛନ୍ତି। ସେ ପ୍ରିୟଙ୍କାଙ୍କ ପଛରୁ ହଗ୍ କରି ଠିଆହୋଇଛନ୍ତି। ଦୁହିଁଙ୍କ ଏହି ଫଟୋ ଫ୍ୟାନ୍‌ମାନଙ୍କୁ ବେଶ୍ ପସନ୍ଦ ଆସୁଛି। ଏପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଲୋକ ଫଟୋକୁ ଦେଖିସାରିଲେଣି।

 

View this post on Instagram

 

@britishvogue ❤️ @nickjonas

A post shared by Priyanka Chopra Jonas (@priyankachopra) on

ପ୍ରିୟଙ୍କା ନିକଟରେ ଆମାଜନ ସହିତ ଦୁଇ ବର୍ଷର ‘ମଲ୍ଟି ମିଲିୟନ୍ ଡଲାରର ଫାଷ୍ଟ ଲୁକ୍ ଟେଲିଭିଜନ୍ ଡିଲ୍’ ସ୍ୱାକ୍ଷର କରିଛନ୍ତି। ଏହି ସୂଚନା ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଦେଇଛନ୍ତି। ଏହା ସହ ଖୁବ ଶୀଘ୍ର ଅଭିନେତ୍ରୀ ରାଜକୁମାର ରାଓଙ୍କ ସହ ଫିଲ୍ମରେ ‘ହ୍ୱାଇଟ ଟାଇଗର’ରେ ନଜର ଆସିବେ। ପ୍ରିୟଙ୍କାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଦି ସ୍କାଏ ଇଜ୍ ପିଙ୍କ୍’ରେ ଦେଖିବାକୁ ମିଳିଥିଲା। ଏଥିରେ ପ୍ରିୟଙ୍କା ନିର୍ମାତା ଭାବରେ ମଧ୍ୟ କାମ କରିଥିଲେ। ଫିଲ୍ମରେ ତାଙ୍କ ସହ ଫରହାନ ଅଖ୍‌ତର୍‌, ଜାଇରା ୱସିମ୍ ଓ ଅଭିନେତା ରୋହିତ ଶରାଫ ମଧ୍ୟ ଅଭିନୟ କରିଥିଲେ। |

The post ବିଦେଶରେ କରଭା ଚୌଥ ପାଳିଲେ ପ୍ରିୟଙ୍କା appeared first on Odisha Reporter.



from Odisha Reporter https://ift.tt/32dQSih

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages