ପଶ୍ଚିମବଙ୍ଗରେ ନିର୍ବାଚନ ତାତି, ଟାର୍ଗେଟରେ ଆଦିବାସୀ ଭୋଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 5, 2020

ପଶ୍ଚିମବଙ୍ଗରେ ନିର୍ବାଚନ ତାତି, ଟାର୍ଗେଟରେ ଆଦିବାସୀ ଭୋଟ୍

କୋଲକାତା: ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ଜୋର୍ ଧରିଛି। ରାଜନୈତିକ ଦଳଗୁଡ଼ିକ ଏବେଠାରୁ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଏହି କ୍ରମରେ ନିର୍ବାଚନ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଲାଗି କେନ୍ଦ୍ରମନ୍ତ୍ରୀ ତଥା ପାର୍ଟିର ବରିଷ୍ଠ ନେତା ଅମିତ ଶାହା ୨ଦିନିଆ ଗସ୍ତରେ ଯାଇଛନ୍ତି।

ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅମିତ ଶାହା। ଆସନ୍ତା ବର୍ଷ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାକୁ ଶାହା ସେଠାକୁ ଯାଇଛନ୍ତି। ଏହି ଅବସରରେ ସେ ଆଦିବାସୀ ଏବଂ ଶରଣାର୍ଥୀମାନଙ୍କ ପରିବାରଲୋକଙ୍କ ସହ ଦ୍ୱିପହର ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଏପଟେ କିନ୍ତୁ ଶାହାଙ୍କ ଗସ୍ତକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିହିଁକି ଉଠିଛନ୍ତି। ଏପରି କି ଶାହଙ୍କ ‘ଲଞ୍ଚ୍ ଡିପ୍ଲୋମେସି’ ପୂର୍ବରୁ ମମତା ନିଜର ଗୋଟି ଚଳାଇଛନ୍ତି।

ଆଦିବାସୀ ତଥା ଶରଣାର୍ଥୀ ଭୋଟ ହାତେଇବାକୁ ଏବେଠାରୁ ରଣନୀତି ପ୍ରସ୍ତୁତ କଲେଣି ରାଜନୈତିକ ଦଳ। ଶାହାଙ୍କ ଲଞ୍ଚ୍ ଡିପ୍ଲୋମେସିକୁ ମାତ୍ ଦେବାକୁ ମମତା ଆଗୁଆ ଗୋଟି ଚଳାଇଛନ୍ତି। ଆଦିବାସୀ, ପଛୁଆ ବର୍ଗ ତଥା ଅନୁସୂଚିତ ଜନଜାତିଙ୍କ ପ୍ରତିନିଧିମାନଙ୍କ ସହ ବୈଠକ କରି ଅନେକ କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି।

ଆଜି ଶାହ ସମାଜର ବିଭିନ୍ନ ବର୍ଗର ପାର୍ଟି କର୍ମକର୍ତ୍ତା ଏବଂ ନେତାଙ୍କ ସହ ଭେଟିବାକୁ ବାଙ୍କୁରା ଯିବେ। ଦ୍ୱିପହରରେ ଦକ୍ଷିଣେଶ୍ୱର କାଳୀ ମନ୍ଦିର ମଧ୍ୟ ଯିବେ। ଏହା ପରେ କୋଲକାତାର ଗୌରାଙ୍ଗନଗର ଅଞ୍ଚଳରେ ଏକ ଶରଣାର୍ଥୀଙ୍କ ଘରେ ସେ ଦ୍ୱିପହରର ଭୋକନ କରିବାର କାର୍ଯ୍ୟକ୍ରମ ରଖିଛନ୍ତି। ତେବେ ଆସନ୍ତା କାଲି ସେ କୋଲକାତାରେ ଏକାଧିକ ବୈଠକରେ ମଧ୍ୟ ସାମିଲ ହେବେ।

The post ପଶ୍ଚିମବଙ୍ଗରେ ନିର୍ବାଚନ ତାତି, ଟାର୍ଗେଟରେ ଆଦିବାସୀ ଭୋଟ୍ appeared first on Odisha Reporter.



from Odisha Reporter https://ift.tt/3esINuR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages