ସରକାରଙ୍କ ଅଧୀନକୁ ଆସିଲା ଅନ୍ ଲାଇନ୍ ଓ୍ୱେବ ପୋର୍ଟାଲ୍ ଓ ଓଟିଟି ପ୍ଲାଟଫର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 10, 2020

ସରକାରଙ୍କ ଅଧୀନକୁ ଆସିଲା ଅନ୍ ଲାଇନ୍ ଓ୍ୱେବ ପୋର୍ଟାଲ୍ ଓ ଓଟିଟି ପ୍ଲାଟଫର୍ମ

ନୂଆଦିଲ୍ଲୀ: ଦେଶର ଅନ୍ ଲାଇନ୍ ଓ୍ୱେବସାଇଟ୍, ଖବର ସରବରାହ ଏଜେନ୍ସି, ଓଟିଟି ପ୍ଲାଟଫର୍ମ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଆସିବ। ଏଥିପାଇଁ ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି।

ଗତ ବର୍ଷ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ ଯେ ଗଣମାଧ୍ୟମର ସ୍ୱାଧୀନତାକୁ ରୋକିବା ପାଇଁ ସରକାର କୌଣସି ପଦକ୍ଷେପ ନେବେ ନାହିଁ। ହେଲେ ଓଭର ଦ ଟପ୍ ପ୍ଲାଟଫର୍ମ (ଓଟିଟି) ଉପରେ ଏକ ପ୍ରକାର ନିୟମାବଳୀ ରହିବ। ଯେମିତି ଖବରକାଗଜ, ଇଲେକ୍ଟ୍ରୋନିକ୍ ମିଡିଆ ଏବଂ ସିନେମା ପାଇଁ ସେନସରସିପ୍ ରହିଛି ସେହିପରି ଓଟିଟି ପାଇଁ ମଧ୍ୟ ସେନସରସିପ୍ ରହିବ। ଅର୍ଥାତ୍ ଅନ୍ ଲାଇନ ଓ୍ୱେବସାଇଟ୍ ଏବଂ ଓଟିଟି ପ୍ଲାଟଫର୍ମ ପାଖରେ ଖବର ପ୍ରସାରଣ କରିବାର ସ୍ୱାଧୀନତା ରହିବ ହେଲେ ଉତ୍ତରଦାୟୀ ହେବାକୁ ପଡ଼ିବ। କୌଣସି ଖବର ବା ଭିଡିଓକୁ ନେଇ ଆପତ୍ତି ଉଠିଲେ ସରକାର ଜବାବ ତଲବ କରିପାରିବେ।

ଓଟିଟି ପ୍ଲାଟଫର୍ମରେ ନ୍ୟୁଜ୍ ପୋର୍ଟାଲ୍, ହଟଷ୍ଟାର୍, ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭିଡିଓ ଭଳି ଷ୍ଟ୍ରିମିଂ ସେବା ରହିଛି। ଯାହା ଇଣ୍ଟରନେଟରେ ଉପଲବ୍ଧ।

ସୂଚନାଯୋଗ୍ୟ, ଅନଲାଇନ୍ ଆପ୍ସ ବା ଓଭର ଦ ଟପ୍ (ଓଟିଟି) ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସ,ହଟଷ୍ଟାର, ଜୀ ଫାଇଭ ଭଳି ଆପ୍ସ ପାଇଁ ଏକ ରେଗୁଲେଟୋରୀ ବଡ଼ି ତିଆରି କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା।

ଏହାପରେ କୋର୍ଟ ଏହି ଜନସ୍ୱାର୍ଥ ମାମଲାକୁ ବିଚାର ପାଇଁ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ନୋଟିସ କରିଥିଲେ ଗତ ମାସରେ। ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଚନ୍ଦ୍ର ବୋବଡେ, ଜଷ୍ଟିସ ଏସ ବୋପନ୍ନା ଏବଂ ଭି ରାମସୁବ୍ରମଣ୍ୟମ ଏହି ଆବେଦନର ଶୁଣାଣି କରୁଛନ୍ତି।

ସିଜେଆଇ ବୋବଡେ ସରକାରଙ୍କୁ କହିଥିଲେ ଓଟିଟି ପାଇଁ ରେଗୁଲେଟୋରୀ ବଡ଼ି ତିଆରି ଆବଶ୍ୟକ ରହିଛି କି ନାହିଁ କୋର୍ଟ ଜାଣି ନାହାନ୍ତି। ହେଲେ ସରକାର ଏ ବାବଦରେ ବିଚାର କରି ମତ ରଖିବା ଦରକାର। ଆବେଦନକାରୀଙ୍କ ମଧ୍ୟ ଏହି ମାମଲାରେ ଗୋଟିଏ ପାର୍ଟି ଭାବେ ଗ୍ରହଣ କରିଛନ୍ତି କୋର୍ଟ।

The post ସରକାରଙ୍କ ଅଧୀନକୁ ଆସିଲା ଅନ୍ ଲାଇନ୍ ଓ୍ୱେବ ପୋର୍ଟାଲ୍ ଓ ଓଟିଟି ପ୍ଲାଟଫର୍ମ appeared first on Odisha Reporter.



from Odisha Reporter https://ift.tt/2UgUz2k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages