ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୩ ମହଲା କୋଠାରେ ଝୁଲୁଛି ମୃତଦେହ। ଆଜି ଏପରି ଅଭାବନୀୟ ଘଟଣା ରାଜଧାନୀ ଭୁବନେଶ୍ୱରର ହାଇପ୍ରୋଫାଇଲ୍ ଅଞ୍ଚଳ ଭାବେ ପରିଚିତ ସହିଦ୍ ନଗରରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
ମୃତକ ହେଉଛି ଜାଜୁଲ୍ୟ ନାଥ। ତାଙ୍କ ଘର ପିପିଲି ଅଂଚଳରେ। ସେ ଜଣେ କନଷ୍ଟ୍ରକ୍ସନ୍ କମ୍ପାନୀରେ କାମ କରୁଥିଲେ। ସହିଦ୍ ନଗର ପ୍ଲଟ୍ ନମ୍ୱର 537 ରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଥିଲେ। ଆଜି ସକାଳେ ତାଙ୍କ ମୃତଦେହ ୩ ମହଲା କୋଠାରେ ଲାଗିଥିବା ଲୁହା ରେଲିଂରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ପଡ଼ୋଶୀମାନେ ପୁଲିସକୁ ଖବର ଦେଇଥିଲେ। କମିଶନରେଟ୍ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଜାଜୁଲ୍ୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ପରିବାର ଲୋକେ ତାଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଯଦିବା ସେ ଆତ୍ମହତ୍ୟା କରିଛନ୍ତି, ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
The post ରାଜଧାନୀରେ ତିନି ମହଲା କୋଠାରେ ଝୁଲିଛି ମୃତଦେହ appeared first on Odisha Reporter.
from Odisha Reporter https://ift.tt/3lkynjv
No comments:
Post a Comment