୨୫ ବର୍ଷ ପରେ ଆଜି ଭିଟାମାଟି ଛୁଇଁବେ ବିରଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 12, 2020

୨୫ ବର୍ଷ ପରେ ଆଜି ଭିଟାମାଟି ଛୁଇଁବେ ବିରଜୁ

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ଶତ୍ରୁ ରାଷ୍ଟ୍ରରେ ଦୀର୍ଘ ୨୦ ବର୍ଷ ଧରି ବନ୍ଦୀ ଜୀବନ କାଟି ମୁକ୍ତ ହେବା ପରେ ଭିଟାମାଟିକୁ ଫେରୁଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ବିରଜୁ କୁଲୁ । ଆଜି ସେ  ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିବେ । ତାଙ୍କୁ ପ୍ରଥମେ ତାଙ୍କୁ କୁତ୍ରା ବ୍ଲକକୁ ନିଆଯିବ । ସେଠାରୁ ଏକ ଶୋଭାଯାତ୍ରାରେ ବିରଜୁଙ୍କୁ ତାଙ୍କ ନିଜ ଗାଁ କଟଙ୍ଗକୁ ନିଆଯିବ। ଏହାପରେ ସେଠାରେ ତାଙ୍କୁ ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

୨୫ ବର୍ଷ ଧରି ନିଖୋଜ ହେବା ପରେ ଗତବର୍ଷ ଜଣାପଡ଼ିଥିଲା ବିରଜୁ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଅଛନ୍ତି। ଏହାପରେ ତାଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା ।  ଗତ ଅକ୍ଟୋବର ୨୬ରେ ପାକିସ୍ତାନ ଜେଲ୍‌ରୁ ମୁକୁଳିବା ପରେ ବିରଜୁଙ୍କୁ ପ୍ରଥମେ ପଞ୍ଜାବ ଅମୃତସରର ଏକ କୋଭିଡ୍ ସେଣ୍ଟରରେ ରଖାଯାଇଥିଲା ।  ସେଠାକୁ ଯାଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ବିରଜୁଙ୍କୁ ଧରି ଏକ ସ୍ୱତନ୍ତ୍ର ଗାଡ଼ିରେ ସୁନ୍ଦରଗଡ଼ ମୁହାଁ ହୋଇଛି  ଜିଲ୍ଲା ପ୍ରଶାସନ । ସେପଟେ ପରିବାର ଲୋକେ ବିରଜୁଙ୍କୁ ସ୍ୱାଗତ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

The post ୨୫ ବର୍ଷ ପରେ ଆଜି ଭିଟାମାଟି ଛୁଇଁବେ ବିରଜୁ appeared first on Odisha Reporter.



from Odisha Reporter https://ift.tt/2IxNRCw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages