ନୂଆଦିଲ୍ଲୀ: ବିବାଦରେ ଟୁଇଟର। ଗୁରୁବାର ବିଳମ୍ୱିତ ରାତିରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଟ୍ୱିଟର ଆକାଉଣ୍ଟରେ ଥିବା ଡିପି ବା ପ୍ରୋଫାଇଲ ଫଟୋକୁ ହଟାଇ ଦେଇଥିଲା ଟ୍ୱିଟର। କେହି ଜଣେ କପି ରାଇଟ୍ କ୍ଲେମ୍ କରିବା ପରେ ଟ୍ୱିଟର ଏଭଳି ପଦକ୍ଷେପ ନେଇଥିଲା ବୋଲି କୁହାଯାଉଛି। ତେବେ ସୋଶାଲ ମିଡିଆରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାପରେ ପୁଣିଥରେ ଟ୍ୱିଟର ସୋଶାଲ ମିଡିଆରେ ଶାହଙ୍କ ଫଟୋ ଲଗାଇ ଦେଇଛି। ଯଦି କପି ରାଇଟ୍ କ୍ଲେମ୍ କଥା ସତ ହୁଏ ତାହେଲେ କିଏ ସିଏ ଯିଏ ଶାହଙ୍କ ଫଟୋ ଉପରେ କପି ରାଇଟ୍ କ୍ଲେମ୍ କରିଥିଲା ତାହା ଏବେ ବଡ଼ ପ୍ରଶ୍ନ।
ଅନ୍ୟପଟେ ଲଦାଖକୁ ଜମ୍ମୁ କଶ୍ମୀରର ଅଂଶ ବୋଲି ଦେଖାଇ ଟ୍ୱିଟର ଏବେ ବିବାଦରେ। ପୂର୍ବରୁ ଜମ୍ମୁ କଶ୍ନୀରକୁ ନେଇ ଭୁଲ୍ ମ୍ୟାପିଂ କରିଥିବା ମାମଲାରେ କ୍ଷମା ମାଗି ସାରିଛି ଟ୍ୱିଟର ଇଣ଼୍ଡିଆ। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଗୃହମନ୍ତ୍ରୀ ଅମିତ ଶାହ ହେଉଛନ୍ତି ଟ୍ୱିଟରରେ ଦ୍ୱିତୀୟ ଲୋକପ୍ରିୟ ବ୍ୟକ୍ତିତ୍ୱ। ଯାହାଙ୍କୁ ୨୩.୬ ମିଲିୟନ ୟୁଜର ଲୋକ ଅନୁସରଣ କରୁଥିବା ବେଳେ ସେ ୨୯୬ ଲୋକଙ୍କୁ ଅନୁସରଣ କରୁଛନ୍ତି।
The post ଗୃହମନ୍ତ୍ରୀ ଅମିତ ଶାହଙ୍କ ଟ୍ୱିଟରରୁ ଫଟୋ ହଟାଇ ଅଡୁଆରେ ଟ୍ୱିଟର appeared first on Odisha Reporter.
from Odisha Reporter https://ift.tt/2IyXy3m
No comments:
Post a Comment