ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା, ଭାରତ ବିପକ୍ଷ ସିରିଜରୁ ଓହରିଲେ ଏହି ଷ୍ଟାର୍ ପେସ୍ ବୋଲର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 17, 2020

ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା, ଭାରତ ବିପକ୍ଷ ସିରିଜରୁ ଓହରିଲେ ଏହି ଷ୍ଟାର୍ ପେସ୍ ବୋଲର୍

ସିଡନୀ: ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆଗୁ ବଡ଼ ଝଟକା। ଅଷ୍ଟ୍ରେଲିଆର ଷ୍ଟାର୍ ପେସ୍ ବୋଲର କେନ୍ ରିଚାର୍ଡସନ୍ ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରୁ ଓହରିଯାଇଛନ୍ତି। ରିଚାର୍ଡସନ୍ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ସିରିଜ୍ ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସ୍ଥାନରେ ଆଣ୍ଡ୍ର୍ୟୁ ଟାଇଙ୍କୁ ସାମିଲ୍ କରାଯାଇଛି।

ରିଚାର୍ଡସନଙ୍କ ଅନୁପସ୍ଥିତି ନେଇ କ୍ରିକେଟ୍ ଅଷ୍ଟ୍ରେଲିଆର ଜାତୀୟ ଚୟନକର୍ତ୍ତା ଟ୍ରେଭର୍ ହନ୍ସ କହିଛନ୍ତି, କେନ୍ ନିଜର ପତ୍ନୀ ଓ ନବଜନ୍ମିତ ପୁଅ ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାରଣରୁ ସେ ଜାତୀୟ ଦଳ ପାଇଁ ଉପଲବ୍ଧ ହୋଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଆମେ ତାଙ୍କର ନିଷ୍ପତ୍ତିକୁ ସମ୍ମାନ କରୁଛୁ। କେନଙ୍କ ସ୍ଥାନରେ ଟାଇ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବେ।

୨୦୧୩ରେ ଡେବ୍ୟୁ କରିଥିବା ରିଚାର୍ଡସନ୍ ଅଷ୍ଟ୍ରେଲିଆ ପକ୍ଷରୁ ୨୫ ଦିନିକିଆ ଓ ୨୧ ଟି-୨୦ ମ୍ୟାଚ୍ ଖେଳି ଯଥାକ୍ରମେ ୩୯ ଓ ୨୨ ୱିକେଟ୍ ନେଇଛନ୍ତି। ତାଙ୍କ ସ୍ଥାନରେ ସାମିଲ୍ ହୋଇଥିବା ଟାଇ ୭ଟି ଦିନିକିଆ ଓ ୨୬ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆର ପ୍ରତିନିଧିତ୍ୱ କରିଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବ। ଏହା ପରେ ଡିସେମ୍ବର ୪ ତାରିଖରୁ ଟି-୨୦ ସିରିଜ୍ ଖେଳାଯିବ।

The post ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା, ଭାରତ ବିପକ୍ଷ ସିରିଜରୁ ଓହରିଲେ ଏହି ଷ୍ଟାର୍ ପେସ୍ ବୋଲର୍ appeared first on Odisha Reporter.



from Odisha Reporter https://ift.tt/3nCXbnV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages