ଘୁଞ୍ଚିପାରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 17, 2020

ଘୁଞ୍ଚିପାରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ବିଳମ୍ବ ହୋଇପାରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା । ସର୍ବନିମ୍ନ ୩ ମାସ ପାଠପଢା ହେବା ପରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ ବୋଲି  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ତେବେ ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ଯଦି ନିଷ୍ପତ୍ତି ହୁଏ, ତେହେଲେ ଆମ ରାଜ୍ୟରେ ବି ପରୀକ୍ଷା ବନ୍ଦ ହୋଇପାରେ। ଡିସେମ୍ବର ୩୧ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ଲାଗି ବ୍ୟବସ୍ଥା ହେଉଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଆଶଙ୍କାରେ ଡିସେମ୍ବର ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ  ରହିଛି। ମାଟ୍ରିକ ଫର୍ମଫିଲପ୍ ବି ସ୍ଥଗିତ  ରଖାଯାଇଛି।  ଚଳିତ ବର୍ଷ କରୋନା ପାଇଁ ମୂଳରୁ ସ୍କୁଲ ଖୋଲିନି । ତାସହ ସ୍ଥିତିକୁ ଦେଖି ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯାଇଥିଲେ ବି ଅନ୍‌ଲାଇନ୍ ଶିକ୍ଷା ଫଳପ୍ରଦ ହୋଇପାରିନି । ଏମିତିକି ରାଜ୍ୟର ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ମାତ୍ର ୨୨ଲକ୍ଷ ଛାତ୍ରଛାତ୍ରୀଙ୍କ ପାଖରେ ଅନ୍‌ଲାଇନ୍ ଶିକ୍ଷା ପହଞ୍ଚିଥିବା କୁହାଯାଉଛି । କିନ୍ତୁ ଅବଶିଷ୍ଟ ୩୮ ଲକ୍ଷ ପିଲାଙ୍କର ତ ମୂଳରୁ ବହି ଓଲଟିନି କହିଲେ ଚଳେ ।

ଆଉ ଏଭଳି ସ୍ଥିତିରେ   ପୂର୍ବ ବର୍ଷମାନଙ୍କ ଭଳି ଆସନ୍ତା ଫେବୃଆରୀରେ ମାଟ୍ରିକ ଓ ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ହେଲେ  ଫଳାଫଳକୁ ନେଇ  ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଶଙ୍କା  ପ୍ରକାଶ ପାଇବା ପରେ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

ଅପରପକ୍ଷେ, ବର୍ଷ ଶେଷ ହେବାକୁ ବସିଥିବା ବେଳେ ସିଲାବସ୍‌ରେ ବାସ୍ତବ ଚିତ୍ର ଜାଣିପାରୁ ନାହାନ୍ତି ଛାତ୍ରଛାତ୍ରୀ।  ଅନ୍ୟପଟେ ଅଧାପନ୍ତରିଆ ଅନ୍‌ଲାଇନ୍ ପାଠପଢ଼ା ଭିତରେ ଧନ୍ଦି ହେଉଛନ୍ତି ପିଲା । ସମସ୍ୟା ସମାଧାନ ନେଇ ପଦକ୍ଷେପ ନିଆଯାଉଥିବା କହି ଗଣଶିକ୍ଷା ମନ୍ତ୍ରୀ ଆଶ୍ୱାସନା ଦେଉଥିବା ବେଳେ ବିଭିନ୍ନ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରି  ଜାନୁଆରୀରୁ ନୂଆ ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରିବାକୁ ମତ ରଖିଛି ଓଷ୍ଟା।

The post ଘୁଞ୍ଚିପାରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା appeared first on Odisha Reporter.



from Odisha Reporter https://ift.tt/2IK0gn1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages