ଲକଡାଉନ୍ ଆରମ୍ଭ ହେବାର ପୂର୍ବ ସନ୍ଧ୍ୟାରେ ଭୟଙ୍କର ଆତଙ୍କୀ ହମ୍‌ଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 2, 2020

ଲକଡାଉନ୍ ଆରମ୍ଭ ହେବାର ପୂର୍ବ ସନ୍ଧ୍ୟାରେ ଭୟଙ୍କର ଆତଙ୍କୀ ହମ୍‌ଲା

ଭିଏନା: କରୋନା ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ମଙ୍ଗଳବାରଠାରୁ ଅଷ୍ଟ୍ରିଆରେ ଚାରି ସପ୍ତାହ ପାଇଁ ୨ୟ ଲକଡାଉନ୍ ଆରମ୍ଭ ହେଉଛି। କିନ୍ତୁ ଏହାର ଦିନକ ପୂର୍ବରୁ ଅର୍ଥାତ୍ ସୋମବାର ସନ୍ଧ୍ୟାରେ ଘଟିଛି ବଡ଼ ଅଘଟଣ। ଲକଡାଉନର ପୂର୍ବ ସନ୍ଧ୍ୟାର ମଜା ଉଠାଇବା ପାଇଁ ଲୋକେ ବୁଲାବୁଲି କରୁଥିଲେ। କିନ୍ତୁ ଏହି ବୁଲାବୁଲି ସେମାନଙ୍କ ପାଇଁ ବହୁତ ଭୟଙ୍କର ସାବ୍ୟସ୍ତ ହୋଇଛି।

କେହି କିଛି ଭାବିବା ଆଗରୁ ଆତଙ୍କୀମାନେ ଆଖିବୁଜା ଗୁଳିବର୍ଷା କରିଥିଲେ, ଯେଉଁଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଏଥିରେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କୀ ନିହତ ହୋଇଛି।

ପୁଲିସର କହିବା ମୁତାବକ, ଜନଗହଳିପୂର୍ଣ୍ଣ ସିଟି ସେଣ୍ଟରର ଏକ ଗଳିରେ ରାତି ୮ଟା ପରେ ଅଚାନକ ଫାୟାରିଂ ଆରମ୍ଭ ହୋଇଥିଲା। ଫାୟାରିଂ ସହରର ୬ଟି ସ୍ଥାନରେ ହୋଇଥିଲା। ଏହି ଘଟଣାରେ ଅନେକ ବନ୍ଧୁକଧାରୀ ସାମିଲ୍ ଥିଲେ ଏବଂ ଘଣ୍ଟାଘଣ୍ଟା ଧରି ପୁଲିସର ଅପରେସନ୍ ଜାରି ରହିଥିଲେ। ଏହାକୁ ଆଖି ଆଗରେ ରଖି ଲୋକଙ୍କୁ ବାହାର ଏବଂ ସାର୍ବଜନୀନ ସ୍ଥାନକୁ ଯିବାକୁ ମନା କରାଯାଇଛି। । ଫାୟାରିଂରେ କିଛି ଲୋକେ ଗୁରୁତର ଆହତ ହୋଇଛନ୍ତି, ଯେଉଁଥିରେ ଜଣେ ପୁଲିସକର୍ମୀ ମଧ୍ୟ ସାମିଲ୍ ଅଛନ୍ତି।

ଏହି ଘଟଣାକୁ ଅଷ୍ଟ୍ରିଆର ଚାନ୍ସେଲର୍ ସେବାସ୍ତିଆନ କୁର୍ଜ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, ଆମେ ଖୁସି ଯେ ପୁଲିସ୍ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କୁ ମାରିବାରେ ସଫଳ ହୋଇଛି। ଆମେ କେବେବି ଆତଙ୍କୀକୁ ଭୟ କରୁନାହୁଁ ଏବଂ ଆମେ ସବୁ ଉପାୟରେ ଏହି ଆକ୍ରମଣ ବିରୋଧରେ ଲଢ଼ିବୁ।

The post ଲକଡାଉନ୍ ଆରମ୍ଭ ହେବାର ପୂର୍ବ ସନ୍ଧ୍ୟାରେ ଭୟଙ୍କର ଆତଙ୍କୀ ହମ୍‌ଲା appeared first on Odisha Reporter.



from Odisha Reporter https://ift.tt/3oOmmFf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages