ମାଲକାନଗିରି(ଜିତେନ୍ଦ୍ର ବେଉରା): ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି ମାଲକାନଗିରି ଜିଲ୍ଲାପାଳ। ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପତ୍ନୀ ବନଜା ପଣ୍ଡାଙ୍କ ଅଭିଯୋଗକୁ ଆଧାର କରି ମାଲକାନଗିରି ଏସଡିଜେଏମ କୋର୍ଟରେ ମାମଲା ରୁଜୁ ହୋଇଛି।
ଜିଲ୍ଲାପାଳ ମନିଷ ଅଗ୍ରଓ୍ୱାଲଙ୍କ ସହ ୪ ଜଣଙ୍କ ନାଁରେ ମାମଲା କରିଛନ୍ତି ବନଜା । ଆସନ୍ତା ୧୧ ତାରିଖରେ ଏହାର ଶୁଣାଣି ତାରିଖ ଧାର୍ଯ୍ୟ କରାଯାଇଛି ।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୭ ତାରିଖରେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ସତୀଗୁଡା ଡ୍ୟାମରୁ ଉଦ୍ଧାର ହୋଇଥିଲା ମୃତଦେହ । କିଛି ଦିନ ତଳେ ଦକ୍ଷିଣାଞ୍ଚଳ ଡିଆଇଜି ମାଲକାନଗିରି ଯାଇ ଏହି ଘଟଣାର ତଦନ୍ତ କରିଥିଲେ ।
The post ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ମାମଲା ରୁଜୁ appeared first on Odisha Reporter.
from Odisha Reporter https://ift.tt/35T3Bba
No comments:
Post a Comment