ଅହମଦାବାଦ: ଗୁଜରାଟର ବାରଡୋଲି ସହରରେ ଗୋଟିଏ ଲୋମଟାଙ୍କୁରା ଘଟଣା ଘଟିଛି। ଗର୍ଭବତୀ ଲିଭ-ଇନ୍ ପାର୍ଟନରଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରିବା ଅଭିଯୋଗରେ ପୁଲିସ୍ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ସହ ମହିଳା ଜଣଙ୍କ ଯେଉଁଠାରେ ରହୁଥିଲେ ସେଠାରୁ ପ୍ରାୟ ୨୨ କିମି ଦୂରରେ ଥିବା ଗୋଟିଏ ଫାର୍ମ ଲ୍ୟାଣ୍ଡରୁ ତାଙ୍କ ମୃତଦେହ ମିଳିଛି। ଏହି ଫାର୍ମଲ୍ୟାଣ୍ଡର ମାଲିକାନା ମହିଳାଙ୍କ ବାପାଙ୍କ ନାଁରେ ରହିଛି। ବ୍ୟକ୍ତି ଜଣଙ୍କ ତାଙ୍କ ଗର୍ଭବତୀ ପାର୍ଟନରଙ୍କୁ ହତ୍ୟା କରିବା ପରେ ଏଠାରେ ଆଣି ପୋତି ଦେଇଥିବା ପୁଲିସ୍ କହିଛି।
ମୃତ ମହିଳା ଜଣଙ୍କ ହେଉଛନ୍ତି ରଶ୍ମି କଟାରିଆ। ସେ ନଭେମ୍ବର ୧୪ରେ ତାଙ୍କ ୩ ବର୍ଷୀୟ ପୁଅକୁ ବାପାଙ୍କ ଘରେ ଛାଡ଼ି ଦେଇ କେଉଁଆଡ଼େ ଚାଲି ଯାଇଥିଲେ। କିଛି ଦିନ ଧରି ତାଙ୍କର ପତ୍ତା ନ ମିଳିବାରୁ ପରିବାର ପକ୍ଷରୁ ପୁଲିସ୍ ନିକଟରେ ଅଭିଯୋଗ କରାଯାଇଥିଲା। ଏହି ସମୟରେ ଜଣାପଡ଼ିଥିଲା ଯେ ସେ ୫ ମାସର ଗର୍ଭବତୀ ଥିଲେ।
ପରିବାର ଲୋକ ପୁଲିସକୁ କହିଥିଲେ ଯେ ଦୀର୍ଘ ୫ ବର୍ଷ ହେଲାଣି ମହିଳା ଜଣଙ୍କ ଚିରାଗ ପଟେଲ ନାମକ ଜଣେ ବ୍ୟକ୍ତି ସହ ସହ ଲିଭ-ଇନରେ ରହି ଆସୁଥିଲେ। ପୁଲିସ୍ ଚିରାଗ ପଟେଲଙ୍କୁ ଡାକି ପଚରାଉଚରା କରିବା ବେଳେ ସେ ହିଁ ରଶ୍ମିଙ୍କୁ ମାରି ପୋତି ଦେଇଥିବା କଥାକୁ ସ୍ୱୀକାର କରିଥିଲା।
ପ୍ରଥମେ ସେ ରଶ୍ମିଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା। ଏହାପରେ ରଶ୍ମିଙ୍କ ବାପାଙ୍କ ମାଲିକାନାରେ ଥିବା ଫାର୍ମକୁ ମୃତଦେହ ନେଇଥିଲା। ସେଠାରେ ଜେସିବି ଦ୍ୱାରା ମାଟି ଖୋଳି ମୃତଦେହକୁ ପୋତି ଦେଇଥିଲା। ଚିରାଗର ସ୍ୱୀକାରୋକ୍ତି ପରେ ପୁଲିସ୍ ଘଟଣାସ୍ଥଳକୁ ଯାଇ ମାଟିତଳୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୀର୍ଘ ଦିନ ହେଲା ଦୁହିଁଙ୍କ ମଧ୍ୟରେ ପ୍ରାୟ ପାଟିତୁଣ୍ଡ ହେଉଥିଲା। ଏହାକୁ କେନ୍ଦ୍ର କରି ଚିରାଗ ଏହି ହତ୍ୟାକାଣ୍ଡ ଭିଆଇଥିବା ପୁଲିସକୁ କହିଛି।
The post ଗର୍ଭବତୀ ଲିଭ-ଇନ ପାର୍ଟନରଙ୍କୁ ମାରିଦେଲା ପ୍ରେମିକ, ନଭେମ୍ବର ୧୪ରୁ ନିଖୋଜ ଥିଲେ appeared first on Odisha Reporter.
from Odisha Reporter https://ift.tt/35YDK2M
No comments:
Post a Comment