ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାମିଲନାଡୁ ଓ ପୁଡ଼ୁଚେରୀ ମୁହାଁ ହେଉଛି ସାମୁଦ୍ରିକ ଝଡ଼ ‘ନିଭାର୍’। ଆସନ୍ତାକାଲି ମଧ୍ୟାହ୍ନରୁ ଅପରାହ୍ଣ ମଧ୍ୟରେ ପୁଡ଼ୁଚେରୀର କରାଇକେଲରୁ ତାମିଲନାଡ଼ୁର ମାମଲାପୁରମରେ ସ୍ଥଳ ଭାଗ ଛୁଇଁବ। ଗତ ୬ ଘଣ୍ଟା ଧରି ଏହାର ବେଗ ଘଣ୍ଟାକୁ ୪ କିଲୋମିଟର୍ ରହିଛି। ସ୍ଥଳ ଭାଗରେ ପହଞ୍ଚିବା ପରେ ଏହାର ବେଗ ବଢ଼ିବ। ଏପରିକି ଏହା ସିଭିୟର୍ ସାଇକ୍ଲୋନିକ୍ ଷ୍ଟ୍ରମରେ ପରିଣତ ହେବା ସହ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବ।
ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ରିପୋର୍ଟ ଅନୁସାରେ, ଏହା ଚେନ୍ନାଇଠାରୁ ୪୭୦ ଓ ପୁଡ଼ୁଚେରୀରୁ ୪୪୦ କିଲୋମିଟର୍ ଦୂରରେ ରହିଛି। ସମ୍ପାବ୍ୟ ବାତ୍ୟାକୁ ନଜରରେ ରଖି ତାମିଲନାଡ଼ୁ ଓ ପୁଡ଼ୁଚେରୀରେ ହାଇ ଆଲର୍ଟ ଜାରି କରାଯାଇଛି। ଏହି ସବୁ ରାଜ୍ୟର ସରକାରଙ୍କ ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ସହ ରାସନ ଓ ଅନ୍ୟ ଆନୁସଙ୍ଗିକ ସାମଗ୍ରୀକୁ ମହଜୁଦ୍ ରଖାଯାଇଛି।
ସେହିପରି ଆନ୍ଧ୍ର ଏବଂ ଓଡ଼ିଶାରେ ଏହାର ପ୍ରଭାବରେ ବର୍ଷା ହେବା ସମ୍ଭାବନା ରହିଛି। ତେବେ ‘ନିଭାର’ର ସେତେଟା ପ୍ରଭାବ ଓଡ଼ିଶାରେ ପଡ଼ିବନି। ତଥାପି ଦକ୍ଷିଣ ଓଡ଼ିଶାର କିଛିି ସ୍ଥାନରେ ଆସନ୍ତାକାଲି ଏବଂ ୨୬ ତାରିଖରେ ଦୁଇ ଦିନ ଧରି ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା କରାଯାଉଛି।
ତେବେ ୨୬ ତାରିଖରେ ବର୍ଷାର ପରିମାଣ ବଢ଼ିପାରେ। ଓଡ଼ିଶାରେ ସମ୍ଭାବ୍ୟ ବର୍ଷାକୁ ଦେଖି ଓଡ଼ିଶା ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଚାଷୀଙ୍କ ଅମଳ ଫସଲର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦକ୍ଷିଣ ଓଡ଼ିଶାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
The post କାଲି ସ୍ଥଳ ଭାଗ ଛୁଇଁବ ‘ନିଭାର୍’; ଘଣ୍ଟାକୁ ୧୦୦ କି.ମି ବେଗରେ ପବନ ବହିବ appeared first on Odisha Reporter.
from Odisha Reporter https://ift.tt/2KEux7L
No comments:
Post a Comment