ନୂଆଦିଲ୍ଲୀ: ଆସନ୍ତାବର୍ଷ ସେପ୍ଟେମ୍ବର ସୁଦ୍ଧା ୨୫ରୁ ୩୦ କୋଟି ଭାରତୀୟଙ୍କୁ କରୋନା ଟିକା ଦିଆଯାଇ ସାରିଥିବ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ଭାରତର ଟିକାକରଣ ରୋଡ ମ୍ୟାପ୍ ସମ୍ପର୍କରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ୨୦୨୧ ପ୍ରଥମ ୩ ମାସ ମଧ୍ୟରେ ଭାରତ ତା’ର ପ୍ରଥମ ଟିକା ପାଇ ସାରିଥିବ।
ବିଶ୍ୱରେ ଏବେ ତିଆରି ଚାଲିଥିବା ୨୫୦ କରୋନା ଟିକା ମଧ୍ୟରୁ ଭାରତୀୟ ପାଣିପାଗକୁ ଦୃଷ୍ଟିରେ ରଖି ୩୦ଟି ଟିକା ପ୍ରସ୍ତୁତ ହୋଇଛି। ଏହା ମଧ୍ୟରୁ ୫ଟି କରୋନା ଟିକାର କ୍ଲିନିକାଲ ଟ୍ରାଏଲ ଭାରତରେ କରାଯାଉଛି। ଟିକାର ପ୍ରଭାବ ଓ ଲୋକଙ୍କ ସୁରକ୍ଷା ହିଁ ଭାରତ ସରକାରଙ୍କ ମୂଳ ଏଜେଣ୍ଡା ବୋଲି ସେ କହିଛନ୍ତି।
ଟିକା ଆସିଲେ କାହାକୁ ପ୍ରଥମେ ଦିଆଯିବ ବୋଲି ପ୍ରଶ୍ନର ଉତ୍ତରରେ ଡା ହର୍ଷବର୍ଦ୍ଧନ କହିଛନ୍ତି, ବର୍ତ୍ତମାନ ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ପ୍ରସ୍ତୁତ କରାଯାଉଛି। ଏହି କାମ ସରିବା ପରେ ସେମାନଙ୍କ ତଥ୍ୟ ଅପଲୋଡ କରାଯିବ। ଏହାର ଅର୍ଥ ସ୍ୱାସ୍ଥ୍ୟକର୍ମୀଙ୍କୁ ହିଁ ପ୍ରଥମେ ଟିକା ଦିଆଯିବ।
ଏହାବାଦ୍ ଫ୍ରଣ୍ଟଲାଇନ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ପୁଲିସ୍, ଅର୍ଦ୍ଧ ସାମରିକ ବାହିନୀ, ସାନିଟେସନ ଓ ୬୫ ବର୍ଷ ବୟସରୁ ଅଧିକ ବର୍ଗର ଲୋକଙ୍କୁ ପ୍ରାଥମିକ ଭାବେ ଟିକା କରଣ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ଓ ଏକାଧିକ ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କୁ କରୋନା ଟିକା ଦିଆଯିବ ବୋଲି ସେ କହିଛନ୍ତି।
The post ସେପ୍ଟେମ୍ବର ସୁଦ୍ଧା ୨୫ରୁ ୩୦ କୋଟି ଭାରତୀୟଙ୍କୁ ମିଳିବ କରୋନା ଟିକା appeared first on Odisha Reporter.
from Odisha Reporter https://ift.tt/35VdDcX
No comments:
Post a Comment