ଥରେ ଗିରଫ ହୋଇଥିଲେ, ତଥାପି ସୁଧୁରିଲେନି ଏହି ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 22, 2020

ଥରେ ଗିରଫ ହୋଇଥିଲେ, ତଥାପି ସୁଧୁରିଲେନି ଏହି ଡାକ୍ତର

ମାଲକାନଗିରି (ଓଡ଼ିଶା ରିପୋର୍ଟର): ପୂର୍ବରୁ ଲାଞ୍ଚ ନେଇ ଗିରଫ ହୋଇଥିବା ଜଣେ ଡାକ୍ତରଙ୍କୁ ଭିଜିଲାନ୍ସ ଆଜି ପୁଣି ଗିରଫ କରିଛି। ପୁଣି ଲାଞ୍ଚ ମାମଲାରେ ସେ ଗିରଫ ହୋଇଛନ୍ତି ।  ତାଙ୍କ ନାଁ ଡାକ୍ତର ପାଣୁ ଚରଣ ମଣ୍ଡଳ। ସେ ମାଲକାନଗିରି ଜିଲ୍ଲା ପଡିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୨୦ ତାରିଖରେ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମନ୍ତ ଅତିବୁଦ୍ଧି ଜଣେ ବ୍ୟକ୍ତିଙ୍କଠାରୁ ଗାଡି ଭଡା ବାବଦ ବିଲ୍‌ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଥିଲା। ମାଲକାନଗିରି ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍‌  ଶ୍ରୀମନ୍ତଙ୍କୁ ପଚରାଉଚରା କରିଥିଲା। ଏହି ସମୟରେ ମେଡିକାଲ ଅଫିସର ଡାକ୍ତର ପାଣୁ ଚରଣ ମଣ୍ଡଳଙ୍କ ସମ୍ପୃକ୍ତି ମଧ୍ୟ ପଦାକୁ ଆସିଥିଲା। ଆଜି ସକାଳୁ ପାଣୁ ଚରଣଙ୍କ ଘରେ ଚଢ଼ଉ କରି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ପୂର୍ବରୁ ପାଣୁଚରଣ ଖଣ୍ଡପଡ଼ାରେ କାର୍ଯ୍ୟରତ ଥିବାବେଳେ ୭୫୦୦ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଏହା ସହ ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଜଣାପଡିଛି।

The post ଥରେ ଗିରଫ ହୋଇଥିଲେ, ତଥାପି ସୁଧୁରିଲେନି ଏହି ଡାକ୍ତର appeared first on Odisha Reporter.



from Odisha Reporter https://ift.tt/36Yxurc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages