ଛତିଶଗଡ଼ରେ ନକ୍ସଲଙ୍କ ଆଇଡି ବିସ୍ଫୋରଣ, ଜଣେ ଯବାନ ସହିଦ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 28, 2020

ଛତିଶଗଡ଼ରେ ନକ୍ସଲଙ୍କ ଆଇଡି ବିସ୍ଫୋରଣ, ଜଣେ ଯବାନ ସହିଦ୍

ରାୟପୁର: ଛତିଶଗଡ଼ର ସୁକମା ଜିଲ୍ଲାରେ ସିଆରପିଏଫ୍ କୋବ୍ରା ଉପରକୁ ନକ୍ସଲ ଆଇଡି ବିସ୍ଫୋରଣ କରିଛନ୍ତି। ଯେଉଁଥିରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ୍ ହୋଇଥିବା ବେଳେ ୧୦ଜଣ ସିଆରପିଏଫ୍ ଯବାନ୍ ଆହତ ହୋଇଛନ୍ତି।

ମିଳିଥିବା ରିପୋର୍ଟ ମୁତାବକ, ଶନିବାର ରାତି ୧୦ଟାରେ ସିଆରପିଏଫ୍ ଯବାନ୍ ଅପରେସନରୁ ଫେରୁଥିଲେ। ସେହି ସମୟରେ ତାଦମେତଲା ଅଞ୍ଚଳରୁ ପ୍ରାୟ ୬ କିଲୋମିଟର ଦୂରରେ ଏକ ସ୍ଥାନରେ ଯବାନମାନଙ୍କୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ କରିଥିଲେ ନକ୍ସଲ।

ସମସ୍ତ ଆହତ ଯବାନ୍ କୋବ୍ରା ୨୦୬ ବାଟାଲିୟନର ହୋଇଥିବା ଜଣାପଡ଼ିଛି। ସୁକମା ଏସପି କେଏଲ୍ ଧ୍ରୁବ ଏହି ହମଲାକୁ ନେଇ କହିଛନ୍ତି, ସମସ୍ତ ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ନିଆଯାଇଥିଲା। ତେବେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀତୀନଙ୍କର ଅଧାବାଟରେ ହିଁ ମୃତ୍ୟୁ ହୋଇଥିଲା। ହସ୍ପିଟାଲରେ ଆହତ ଯବାନଙ୍କ ଚିକିତ୍ସା ଚାଲିଛି।

The post ଛତିଶଗଡ଼ରେ ନକ୍ସଲଙ୍କ ଆଇଡି ବିସ୍ଫୋରଣ, ଜଣେ ଯବାନ ସହିଦ୍ appeared first on Odisha Reporter.



from Odisha Reporter https://ift.tt/3fNqh1e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages