ପୁଣି ଟସ୍ ହାରିଲା ଭାରତ, ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 28, 2020

ପୁଣି ଟସ୍ ହାରିଲା ଭାରତ, ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ୨ୟ ମୁକାବିଲାରେ ଘରୋଇ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ କ୍ରମାଗତ ୨ୟ ମ୍ୟାଚରେ ଟସ୍ ଜିତି ହାରିଛି।

ଉକ୍ତ ମ୍ୟାଚରେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ଅଷ୍ଟ୍ରେଲିଆ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ପ୍ରଥମ ଦିନିକିଆରେ ଆହତ ହୋଇଥିବା ମାର୍କସ୍ ଷ୍ଟୋଇନିସଙ୍କ ସ୍ଥାନରେ ମୋଜେସ୍ ହେନରିକ୍ସ ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।

ସୂଚନାଯୋଗ୍ୟ, ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚରେ ଭାରତ ୬୬ ରନରେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଥିଲା। ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୩୭୫ ରନର ବିଶାଳ ଲକ୍ଷ୍ୟର ପିଛା କରି ଭାରତ ୩୦୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ତେବେ ଆଜି ମ୍ୟାଚରେ ଭାରତ ବିଜୟୀ ହୋଇ ସିରିଜକୁ ଫେରିବାକୁ ଲକ୍ଷ୍ୟ ରଖିଛି।

ଭାରତ: ଶିଖର ଧୱନ୍, ମୟଙ୍କ ଅଗ୍ରୱାଲ୍, ବିରାଟ୍ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର୍, ଲୋକେଶ ରାହୁଲ୍ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ନଭଦୀପ ସାଇନି, ୟୁଜବେନ୍ଦ୍ର ଚହଲ୍, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା।

ଅଷ୍ଟ୍ରେଲିଆ: ଡେଭିଡ୍ ୱାର୍ଣ୍ଣର୍, ଆରୋନ୍ ଫିଞ୍ଚ୍, ଷ୍ଟିଭେନ୍ ସ୍ମିଥ୍, ମାର୍ନସ୍ ଲାବୁଶେନ୍, ମୋଜେସ୍ ହେନରିକ୍ସ, ଆଲେକ୍ସ କ୍ୟାରୀ (ୱିକେଟକିପର), ଗ୍ଲେନ୍ ମ୍ୟାକ୍ସୱେଲ୍, ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ୍ ହେଜଲଉଡ୍।

The post ପୁଣି ଟସ୍ ହାରିଲା ଭାରତ, ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ appeared first on Odisha Reporter.



from Odisha Reporter https://ift.tt/2KOKk3Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages