ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦଙ୍କୁ ରାଜ୍ୟ ସରକାର ଦେଇଛନ୍ତି ପଦୋନ୍ନତି। ଚଳିତ ବର୍ଷ ସମ୍ମାନ ଜନକ ଅର୍ଜୁନ ପୁରସ୍କାର ପାଇବା ପରେ ତାଙ୍କୁ ଓଡ଼ିଶା ମାଇନିଂ କର୍ପୋରେସନ୍ (ଓଏମସି) ପ୍ରବନ୍ଧକ ପଦକୁ ପଦୋନ୍ନତି ଦିଆଯାଇଛି। ଏ ନେଇ ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ସୋମବାର ଏହି ଘୋଷଣା କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଉପଲବ୍ଧି ପାଇଁ ଦୂତୀଙ୍କୁ ଓଡ଼ିଶା ମାଇନିଂ କର୍ପୋରେସନ୍ (ଓଏମସି) ସମୟ ପୂର୍ବରୁ ପଦୋନ୍ନତି ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ସରକାର ଦୂତୀଙ୍କୁ ଓଏମସିରେ ଗ୍ରୁପ୍-ଏ ସ୍ତରର ଅଫିସର୍ ଭାବେ ନିଯୁକ୍ତି ଦିଆଯାଇଛି।
ଆର୍ଥିକ ସହାୟତାକୁ ନେଇ ଦୂତୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ହୋଇଥିଲା। ଚଳିତ ବର୍ଷ ଜୁଲାଇରେ ଓଡ଼ିଶା ସରକାର କହିଥିଲେ ଯେ, ୨୦୧୫ ପରଠାରୁ ଦୂତୀଙ୍କୁ ୪.୦୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ହେଲେ ଦୂତୀ ଏହାକୁ ଖାରଜ କରି କହିଥିଲେ ଯେ ଏହି ଅର୍ଥରାଶି ମଧ୍ୟରୁ ତିନି କୋଟି ଟଙ୍କା ଏସିଆନ୍ ଗେମ୍ସ ପଦକ ଜିତିବା ପରେ ପୁରସ୍କାର ରାଶି ସଦୃଶ ଦିଆଯାଇଥିଲା।
Today I got Promotion in my job at OMC, Naveen Pattanaik sir give me the letter for getting Arjuna Award.First of all, I would like to thank my parents for all the success. I also would like to thank Hon’ble CM Naveen Patnaik Ji for always standing behind me and encourage pic.twitter.com/CPKXnHRsrI
— Dutee Chand (@DuteeChand) November 2, 2020
ଦୂତୀ ନିଜର BMW କାର୍ ବିକ୍ରି କରିବା ପରେ ରାଜ୍ୟ ସରକାରଙ୍କ ତରଫରୁ ଏହି ମନ୍ତବ୍ୟ ପ୍ରକାଶ ପାଇଥିଲା। ତେବେ ପରେ ଦୂତୀ କହିଥିଲେ ଯେ ଏହି କାରକୁ ସେ ପ୍ରଶିକ୍ଷଣ ଖର୍ଚ୍ଚ ପାଇଁ ବିକ୍ରି କରିନାହାନ୍ତି। କାର୍ଟିର ରକ୍ଷଣବେକ୍ଷଣ ବାବଦରେ ଅଧିକ ଖର୍ଚ୍ଚ ହେଉଥିବାରୁ ସେ ଏହାକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିବା ଦୂତୀ କହିଛନ୍ତି।
The post ଦୂତୀ ଚାନ୍ଦଙ୍କୁ ମିଳିଲା ପଦୋନ୍ନତି appeared first on Odisha Reporter.
from Odisha Reporter https://ift.tt/2TKxBAi
No comments:
Post a Comment