ଗଞ୍ଜାମ(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ମାତିଲେ ଲୁଟେରା ଗ୍ୟାଙ୍ଗ । ଗତ ଦୁଇ ଦିନ ଭିତରେ ଲୁଟେରା ୨ଜଣଙ୍କ ଘରେ କଳା କନା ବୁଲାଇଥିବା ବେଳେ ପୁଲିସ୍ ସେମାନଙ୍କ ଟେର ପାଇପାରି ନାହିଁ।
ଗତକାଲି ଗୀତଭବନ ସମ୍ମୁଖରେ ଥିବା ଅଭିମନ୍ୟୁ ଦଳାଇଙ୍କ ଘରୁ ୨୦ ତୋଳା ସୁନା, ନଗଦ ୧୫ ହଜାର, ୧୦ ତୋଳା ରୁପା ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ଅଭିମନ୍ୟୁଙ୍କ ଘରେ କେହି ନଥିବାବେଳେ ଲୁଟେରାମାନେ ଗ୍ରୀଲ ତାଲା କାଟି ଘର ଭିତରେ ପଶି ଚୋରି କରିଥିବା ଅଭିଯୋଗ ହୋଇଛି । ତାଙ୍କର ଜଣେ ସମ୍ପର୍କୀୟ ଘର ଦେଖିବାକୁ ଆସିଥିବାବେଳେ ଚୋରି ହୋଇଥିବା ଜାଣି ପୁଲିସ୍କୁ ଖବର ଦେଇଥିଲେ।
ସେହିପରି ଗତ ରାତିରେ ହିଂଜିଳି ବଇଞ୍ଚ ବଣିଆ ଶ୍ରୀରାମନଗର ଲାଇନ୍-୨ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ଘରୁ ଚୋରି କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ ଲୁଟେରା । ଶ୍ରୀରାମନଗର ଲାଇନ-୨ର ଅଭିମନ୍ୟୁ ବେହେରାଙ୍କ ଗ୍ରିଲରେ ପଡ଼ିଥିବା ଚାବି କାଟୁଥିବାବେଳେ ଲୋକେ ଉଠି ପଡ଼ିବାରୁ ସେମାନେ ପଳାଇଥିଲେ । ସେହିପରି ମିଟୁ ସାହୁଙ୍କ ଘରୁ ୨ଟି ମୋବାଇଲ ଚୋରି ହୋଇଥିବା ଜଣାପଡିଛି।
The post ମାତିଲେ ଲୁଟେରା ଗ୍ୟାଙ୍ଗ, ୨ଜଣଙ୍କ ଘରେ କଳା କନା ବୁଲାଇଲେ appeared first on Odisha Reporter.
from Odisha Reporter https://ift.tt/2JP3upM
No comments:
Post a Comment