ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ହାଜତ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ଉଠୁଥିବା, ପଡ଼ୁଥିବା ବେଳେ ବିଧାନସଭାରେ ମଧ୍ୟ ଏହାକୁ ନେଇ ଆରମ୍ଭ ହୋଇଯାଇଛି ତୁମ୍ବି ତୋଫାନ। କେ. ରମେଶ ନାମକ ଯୁବକଙ୍କର ପୁଲିସ୍ ହେପାଜରରେ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେବାରୁ ପୁଲିସ୍ ତାଙ୍କ ବାପା, ମା’ ଓ ଦାଦାଙ୍କୁ ଗୁରୁବାର ରାତିରେ ଉଠାଇ ନେଇଥିବା ଚର୍ଚ୍ଚା ହୋଇଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ ପୁଲିସ୍କୁ ଘେରାଯିବା ପରେ ପୁଲିସ୍ କେ. ରମେଶଙ୍କ ଦାଦା କେ. ଆରୟାଙ୍କୁ ଛାଡ଼ି ଦେଇଥିବା ଜଣାଯାଇଛି। ତେବେ ରମେଶଙ୍କ ବାପା ଓ ମାଆ ଏଯାଏ ଘରକୁ ଫେରି ନାହାନ୍ତି ।
ରମେଶଙ୍କ ବାପା,ମା’ ଓ ଦାଦାଙ୍କୁ ଗୁରୁବାର ରାତିରେ ପୁଲିସ୍ ଘରୁ ଉଠାଇ ନେଇଯାଇଥିଲା । ଏମାନଙ୍କୁ ନେଇକି ପୁଲିସ୍ ପ୍ରାୟ ଦୁଇ ଦିନ ଧରି ଛାଡ଼ି ନ ଥିଲା। ଏପରିକି ସେମାନଙ୍କୁ କେଉଁଠି ରଖାଯାଇଥିଲା ତଥା ସେମାନେ କିପରି ଅଛନ୍ତି, ତାକୁ ନେଇ ପରିବାର ଲୋକଙ୍କୁ କୌଣସି ସୂଚନା ଦିଆଯାଇ ନ ଥିଲା। ସେଥିପାଇଁ ଘରେ କାନ୍ଦବୋବାଳି ପଡ଼ିଥିଲା । ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହେବା ପରେ ପୁଲିସ୍ ମୃତ କେ. ରମେଶଙ୍କ ଦାଦାଙ୍କୁ ଛାଡ଼ି ଦେଇଥିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ପୁରୀ ହାଜତ ମୃତ୍ୟୁ ଘଟଣାରେ ବିଭିନ୍ନ ଆଡ଼ୁ ଚାପ ପଡ଼ିବା ପରେ ଶେଷରେ ପୁରୀ ଏସ୍ପି ଅଖିଳେଶ୍ୱର ସିଂଙ୍କୁ ଗତକାଲି ବଦଳି କରାଯାଇଛି। ତାଙ୍କୁ କଟକସ୍ଥିତ ହେଡକ୍ୱାର୍ଟର୍ସକୁ ବଦଳି କରାଯାଇଥିବା ମ୍ବଲପୁର ଏସପି କେ.ବିଶାଳ ସିଂଙ୍କୁ ପୁରୀ ଏସପି ଦାୟିତ୍ୱ ନ୍ୟସ୍ତ ହୋଇଛି।
The post ମୃତ ରମେଶଙ୍କ ଦାଦାଙ୍କୁ ଛାଡ଼ିଲା ପୁଲିସ୍, ବାପାମା’ଙ୍କ ପତ୍ତା ମିଳିନି appeared first on Odisha Reporter.
from Odisha Reporter https://ift.tt/392qcoJ
No comments:
Post a Comment