ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଅଭିମୁଖେ ଆସୁଥିବା ଉତ୍ତର ପ୍ରଦେଶର ଏକ ବସ୍ ସକାଳୁ ସକାଳୁ ଦୁର୍ଘଟଣାର ଶିକାର ହୋଇଛି। ଦକ୍ଷିଣ-ପୂର୍ବ ଦିଲ୍ଲୀ ସ୍ଥିତ ସୁଖଦେବ ବିହାରସ୍ଥିତ ନ୍ୟୁ ଫ୍ରେଣ୍ଡସ କଲୋନୀରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଥିବା ସୂଚନା ରହିଛି।
ଭୋର୍ ୩ଟା ୨୨ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଦୁର୍ଘଟଣା ବାବଦରେ ଜଣାପଡ଼ିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଆହତ ଯାତ୍ରୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିଥିବା ସୂଚନା ରହିଛି। ଆଗ୍ରାରୁ ଏହି ବସଟି ଆସୁଥିଲା।
The post ଗଛରେ ବାଡ଼େଇ ହେଲା ବସ୍ appeared first on Odisha Reporter.
from Odisha Reporter https://ift.tt/2HpLFwG
No comments:
Post a Comment