ରାହୁଲ ଗାନ୍ଧୀଙ୍କ ପାଖରେ ଉତ୍ସାହ ଏବଂ ଦକ୍ଷତାର ଅଭାବ ରହିଛି: ବାରାକ ଓବାମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 12, 2020

ରାହୁଲ ଗାନ୍ଧୀଙ୍କ ପାଖରେ ଉତ୍ସାହ ଏବଂ ଦକ୍ଷତାର ଅଭାବ ରହିଛି: ବାରାକ ଓବାମା

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ମନ୍ତବ୍ୟ ରଖିଛନ୍ତି। ଓବାମା କହିଛନ୍ତି ଯେ ରାହୁଲ ଗାନ୍ଧୀ ବହୁତ ବିଚଳିତ (ନର୍ଭସ) ଏବଂ ଅପରିପକ୍ୱ ବ୍ୟକ୍ତିତ୍ୱ। ଯିଏକି ସ୍କୁଲରେ ପାଠ ପଢ଼ି ସାରିଛନ୍ତି। ହେଲେ ଏହି ପାଠକୁ ଆୟତ୍ତ କରିବା ପାଇଁ ଆବଶ୍ୟକ ଉତ୍ସାହ ରାହୁଲଙ୍କ ପାଖରେ ନାହିଁ। ସେହିପରି ପାଠ ପଢ଼ିଛନ୍ତି ହେଲେ ଶିକ୍ଷକଙ୍କୁ ପ୍ରଭାବିତ ବା ଇମ୍ପ୍ରେସ କରିବା ପାଇଁ ଯୋଗ୍ୟତା ରଖି ନାହାନ୍ତି। ଅର୍ଥାତ୍ ଦକ୍ଷତା ଏବଂ ଉତ୍ସାହର ଅଭାବ ରହିଛି ବୋଲି ବାରାକ ଓବାମା ନିଜ ଆତ୍ମଜୀବନୀ ‘ଏ ପ୍ରୋମିଜଡ ଲ୍ୟାଣ୍ଡ’ ପୁସ୍ତକରେ ଲେଖିଛନ୍ତି।

ନ୍ୟୁୟର୍କ ଟାଇମ୍ସ ଦ୍ୱାରା ସମୀକ୍ଷା କରାଯାଇଥିବା ଏହି ବହିରେ ରାହୁଲ ଗାନ୍ଧୀଙ୍କ ଉପରେ ବାରାକ ଓବାମା ଏଭଳି ମନ୍ତବ୍ୟ ଲେଖିଛନ୍ତି। ଓବାମା ଏହି ବହିଲେ ବିଶ୍ୱର ଅନେକ ନେତାଙ୍କ ବାବଦରେ ଟିପ୍ପଣୀ କରିଛନ୍ତି।

ନୋବେଲ ବିଜେତା ଓବାମା ସମୀକ୍ଷାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଆମେରିକାର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ବବ ଗେଟ୍ସଙ୍କୁ ଜଣେ ସଚ୍ଚୋଟ ବ୍ୟକ୍ତିତ୍ୱ ବୋଲି କହିଛନ୍ତି। ଋଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ବିଷୟରେ ମଧ୍ୟ ଓବାମା ଲେଖିଛନ୍ତି, ସେ ଶାରୀରିକ ଭାବେ ଭାବରେ ଫିଟ୍ ଏବଂ ବହୁତ ଚାଲାକ।

ଓବାମାଙ୍କ ଦ୍ୱାରା ଲେଖାହୋଇଥିବା ଏହି ଆତ୍ମଜୀବନୀ ୭୬୮ ପୃଷ୍ଠାର ରହିଛି। ନଭେମ୍ବର ୧୭ରେ ଏହି ବହି ବଜାରକୁ ଆସିବ। ଆମେରିକାର ପ୍ରଥମ ଆଫ୍ରିକୀୟ-ଆମେରିକୀୟ ରାଷ୍ଟ୍ରପତି ହେଉଛନ୍ତି ଓବାମା। ଯିଏକି ୨୦୧୦ ଏବଂ ୨୦୧୫ରେ ଆମେରିକାର ରାଷ୍ଟ୍ରପତି ହୋଇଥିଲେ। ଏହି ସମୟରେ ସେ ଦୁଇଥର ଭାରତ ଗସ୍ତରେ ଆସିଥିଲେ।

The post ରାହୁଲ ଗାନ୍ଧୀଙ୍କ ପାଖରେ ଉତ୍ସାହ ଏବଂ ଦକ୍ଷତାର ଅଭାବ ରହିଛି: ବାରାକ ଓବାମା appeared first on Odisha Reporter.



from Odisha Reporter https://ift.tt/2IxZysU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages