ଗଞ୍ଜେଇ ଚାଲାଣ ରାକେଟ୍‌ରେ ପୁଲିସ୍, ବିଟେକ୍ ଛାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 12, 2020

ଗଞ୍ଜେଇ ଚାଲାଣ ରାକେଟ୍‌ରେ ପୁଲିସ୍, ବିଟେକ୍ ଛାତ୍ର

ଜୟପୁର(ଟି ଗୌରିଶଙ୍କର): ଗଞ୍ଜେଇ ଚୋରା ଚାଲାଣରେ ସାମିଲ ଅଛନ୍ତି ପୁଲିସ୍‌ କର୍ମଚାରୀ ଓ ବିଟେକ୍ ଛାତ୍ର। ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛି କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ପୁଲିସ୍ । ଏପରିକି ଜୟପୁର ସଦର ଥାନା ପୁଲିସ୍ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିବା ବେଳେ ଉକ୍ତ ଥାନାର ଜଣେ କର୍ମଚାରୀ ବି ସମ୍ପୃକ୍ତ ଥିବା ଜଣାଯାଇଛି। ଏନେଇ ପ୍ରେସ୍ ରିଲିଜ୍  ଜାରି କରି  ସୂଚନା ଦେଇଛି ପୁଲିସ୍‌।

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା ଜଳାପୁଟରୁ ଭାୟା ଜୟପୁର ଦେଇ କାର୍ ଯୋଗେ ଚୋରାରେ ଚାଲାଣ ହେଉଥିଲା ଗଞ୍ଜେଇ। ଖବର ପାଇ  ଜୟପୁର ସଦର ଥାନା ପୁଲିସ୍ ଚଢ଼ାଉ କରି ୨ କୁଇଣ୍ଟାଲ ୬୯ କେଜିର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ୍‌  ସମୁଦାୟ ୬ ଜଣଙ୍କୁ ଗିରଫ କରିଛି।

ଗିରଫଙ୍କ ମଧ୍ୟରେ ଜଣେ ଖୋଦ୍ ସଦର ଥାନାର ହାବିଲଦାର ବିଶ୍ୱନାଥ ପରିଜା ଓ ଅନ୍ୟ ଜଣେ କୋରାପୁଟ୍ ସ୍ଥିତ ଓଏସ୍ଏପି ୬୦ ବାଟାଲିଅନ୍‌ର ନରେନ୍ଦ୍ର ବଡ଼ନାୟକ ନାମକ ବ୍ୟକ୍ତି ଥିବା ଜଣାଯାଇଛି। ସେହିପରି ବିହାର ନାଓ୍ୱଡ଼ାର ଜଣେ ବିଟେକ୍ ଛାତ୍ର ବି ଏହି ମାମଲାରେ ଗିରଫ ହୋଇଛନ୍ତି।  ଅଛନ୍ତି ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ପୁଲିସ୍‌ ଚୋରାଚାଲାଣରେ ବ୍ୟବହୃତ କାର୍ ସହ ୩ଟି ବାଇକ୍ ମଧ୍ୟ ଜବତ କରିଛି । ତେବେ ଗଞ୍ଜେଇ ଚାଲାଣରେ ଦୁଇ ଦୁଇ ଜଣ ପୋଲିସ୍ କର୍ମଚାରୀଙ୍କ ସଂପୃକ୍ତିକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

The post ଗଞ୍ଜେଇ ଚାଲାଣ ରାକେଟ୍‌ରେ ପୁଲିସ୍, ବିଟେକ୍ ଛାତ୍ର appeared first on Odisha Reporter.



from Odisha Reporter https://ift.tt/3nlbD3y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages