‘ଏକାମ୍ର ଉଦ୍ୟାନରୁ ଗୋଟିଏ ଗଛ କଟା ହେଲେ ନବୀନ ନିବାସ ସମ୍ମୁଖରେ ସତ୍ୟାଗ୍ରହ ହେବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 4, 2020

‘ଏକାମ୍ର ଉଦ୍ୟାନରୁ ଗୋଟିଏ ଗଛ କଟା ହେଲେ ନବୀନ ନିବାସ ସମ୍ମୁଖରେ ସତ୍ୟାଗ୍ରହ ହେବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏକାମ୍ର ଉଦ୍ୟାନ ପରିସରରୁ ଗୋଟିଏ ବି ଗଛ କଟାଯିବାକୁ ଦିଆଯିବନି। ଗଛ କଟାଗଲେ ନବୀନ ନିବାସ ଆଗରେ ସତ୍ୟାଗ୍ରହ ହେବ। ଏକାମ୍ର ଉଦ୍ୟାନ ପରିସରରେ ଥିବା ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ନିଷ୍ପତ୍ତିକୁ ବିରୋଧ କରି ବିଜେପି ପକ୍ଷରୁ ଫାର୍ମ ସମ୍ମୁଖରେ ବିକ୍ଷୋଭ ଜାରି ରହିଛି। ଗୋଟିଏ ଗଛ କଟିଲେ ନବୀନ ନିବାସ ସମ୍ମୁଖରେ ସତ୍ୟାଗ୍ରହ କରିବାକୁ  ଚେତାବନୀ ଦେଇଛନ୍ତି ବିଜେପି ମୁଖପାତ୍ର ଦିଲୀପ ମହାନ୍ତି। ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାଯର୍ୟାନୁଷ୍ଠାନ ଦାବି କରିଛି ବିଜେପି ।

ଅପରପକ୍ଷେ, ଭୁବନେଶ୍ୱର ଏକାମ୍ରକାନନ ଫାର୍ମ ଜମିକୁ ସାଧାରଣ ପ୍ରଶାସନ ବିଭାଗ ଫେରାଇ ନେଇଥିବା ଖବର ତଥ୍ୟ ଭିତ୍ତିକ ନୁହେଁ ବୋଲି ଗତକାଲି ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଏକ ରିଲିଜ୍ ଜାରି କରି ଏହି ସୂଚନା ଦେଇଛି ।

ଏକାମ୍ରକାନନ ଭୁବନେଶ୍ୱରର ଏକ ପରିଚିତି ସ୍ଥାନ। ଏହାର ଉତ୍ତମ ରକ୍ଷଣାବେକ୍ଷଣ ଏବଂ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏହି କାନନରେ ଥିବା ରିଜିଓନାଲ ପ୍ଲାଣ୍ଟ ରିସୋର୍ସ କେନ୍ଦ୍ର ଗବେଷଣାତ୍ମକ କାର୍ଯ୍ୟ ଉଦ୍ୟାନ ଚାଷ ପାଇଁ ବେଶ ଗୁରୁତ୍ୱ ବହନ କରେ । ତେବେ ଜୟଦେବ ବିହାର ଓ ପାଇକ ନଗର ମଉଜାରେ ଉଦ୍ୟାନ ବିଭାଗ ଅଧୀନରେ ଥିବା କିଛି ଅବ୍ୟବହୃତ ଖାଲି ଜମି ଉକ୍ତ ବିଭାଗ ସାଧାରଣ ପ୍ରଶାସନ ବିଭାଗକୁ ଅଧିକ ଫଳପ୍ରଦ ବ୍ୟବହାର ପାଇଁ ଫେରାଇ ଦେଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଏହି ଜମିର ଏକାମ୍ରକାନନ ସହିତ କିଛି ସଂପର୍କ ନାହିଁ ବୋଲି ସୂଚନା ଲୋକ ସଂପର୍କ ବିଭାଗ ଜଣାଇଛି ।

The post ‘ଏକାମ୍ର ଉଦ୍ୟାନରୁ ଗୋଟିଏ ଗଛ କଟା ହେଲେ ନବୀନ ନିବାସ ସମ୍ମୁଖରେ ସତ୍ୟାଗ୍ରହ ହେବ’ appeared first on Odisha Reporter.



from Odisha Reporter https://ift.tt/3mQwrQq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages