ରୋହିତଙ୍କୁ ନେଇ ବିବାଦ; ଭେଙ୍ଗସରକାର କହିଲେ, କାର୍ଯ୍ୟାନୁଷ୍ଠାନ ନେବ କି ବିସିସିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 4, 2020

ରୋହିତଙ୍କୁ ନେଇ ବିବାଦ; ଭେଙ୍ଗସରକାର କହିଲେ, କାର୍ଯ୍ୟାନୁଷ୍ଠାନ ନେବ କି ବିସିସିଆଇ

ମୁମ୍ବାଇ: ମାଂଶପେଶୀ ଜନିତ ସମସ୍ୟା ଯୋଗୁ ରୋହିତ ଶର୍ମାଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ଦିଆଯାଇଥିବା ବେଳେ ସେ ଗତକାଲି ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌ରେ ଖେଳିଥିଲେ। ଆଉ ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି।

ଏ ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଦିଲ୍ଲୀପ ଭେଙ୍ଗସରକାର। ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଭେଙ୍ଗସରକାର କହିଛନ୍ତି, ‘ବର୍ତ୍ତମାନ ପ୍ରଶ୍ନ ହେଉଛି, ଭାରତ ଅପେକ୍ଷା ଆଇପିଏଲ୍‌ କ’ଣ ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ? ଦେଶ ଅପେକ୍ଷା କ୍ଲବ୍‌ ପାଇଁ ଖେଳିବା କ’ଣ ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ? ବିସିସିଆଇ ଏନେଇ କାର୍ଯ୍ୟାନୁଷ୍ଠନ ନେବ କି? ନା ବିସିସିଆଇର ଡାକ୍ତର ରୋହିତଙ୍କ ଆଘାତକୁ ଠିକ୍ ଭାବେ ଚିହ୍ନି ପାରି ନାହାନ୍ତି?’

ସୂଚନାଯୋଗ୍ୟ, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କିଛିଦିନ ତଳେ ରୋହିତଙ୍କ ଆହତକୁ ନେଇ ଅପଡେଟ୍ ଦେଇଥିଲେ। ଗାଙ୍ଗୁଲି କହିଥିଲେ, ରୋହିତ୍ ଭାରତୀୟ ଦଳର ଭାଇସକ୍ୟାପଟେନ୍। ତେଣୁ ତାଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ନିଶ୍ଚୟ ଦଳ ପାଇଁ କ୍ଷତି ହେବ। ଗାଙ୍ଗୁଲି ଆହୁରି କହିଥିଲେ ଯେ ରୋହିତଙ୍କୁ ନିଜ ଆହତ ପ୍ରତି ସତର୍କ ରହିବାକୁ ପଡ଼ିବ। ତାଙ୍କ ମାଂସପେଶୀରେ ପୁନର୍ବାର ଆଘାତ ଲାଗିପାରେ। ଯଦି ତାଙ୍କୁ ପୁଣିଥରେ ଆଘାତ ଲାଗେ, ତାହେଲେ ଟିମକୁ ଫେରିବା ପାଇଁ ଆହୁରି ଅଧିକ ସମୟ ଲାଗିପାରେ।

ଏହି ଆହତ କାରଣ ପାଇଁ ଚୟନକର୍ତ୍ତା ରୋହିତଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଚୟନ କରିନଥିଲା। ହେଲେ ଯେଉଁଦିନ ଟିମ୍ ଚୟନ ହେଲା, ସେହିଦିନ ମୁମ୍ବାଇ ଇଣ୍ଡିଆନ୍ସ ସୋଶାଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲା। ଏହି ଭିଡିଓରେ ରୋହିତଙ୍କୁ ନେଟ୍ସରେ ଅଭ୍ୟାସ କରୁଥିବାରୁ ଦେଖିବାକୁ ମିଳିଥିଲା। ଯାହା ପରେ ଅନେକ ପ୍ରଶ୍ନ ଉଠିଥିଲା।

ଗାଙ୍ଗୁଲିଙ୍କ ଭଳି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ରୋହିତଙ୍କୁ ବିଶ୍ରାମ କରିବା ପାଇଁ ପରାମର୍ଶ ଦେଇଥିଲେ। ରୋହିତଙ୍କ ଆହତକୁ ନେଇ ଶାସ୍ତ୍ରୀ କହିଥିଲେ, ରୋହିତଙ୍କୁ ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀ ହୋଇଛି। ଯେଉଁକାରଣରୁ ତାଙ୍କୁ କମ୍‌ବ୍ୟାକ୍‌ କରିବା ପାଇଁ ଅଧିକ ସମୟ ଲାଗିପାରେ। ଟିମ୍ ଇଣ୍ଡିଆ ଫିଜିଓ ନୀତୀନ ପଟେଲ ରୋହିତଙ୍କ ଫିଟନେସ୍ ଉପରେ ନଜର ରଖିଛନ୍ତି।

ମଙ୍ଗଳବାର ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଟସ୍ ପଡ଼ିବା ସମୟରେ ରୋହିତଙ୍କୁ ତାଙ୍କ ଫିଟନେସ ସ୍ଥିତି ଉପରେ ପଚରାଯାଇଥିଲା। ଜବାବରେ ରୋହିତ୍ କହିଥିଲେ ଯେ ଏବେ ସେ ଠିକ୍ ଅଛନ୍ତି। କିନ୍ତୁ ମ୍ୟାଚରେ ରୋହିତ୍ କିଛି ଖାସ୍ କରିପାରିନଥିଲେ। ସେ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲା।

The post ରୋହିତଙ୍କୁ ନେଇ ବିବାଦ; ଭେଙ୍ଗସରକାର କହିଲେ, କାର୍ଯ୍ୟାନୁଷ୍ଠାନ ନେବ କି ବିସିସିଆଇ appeared first on Odisha Reporter.



from Odisha Reporter https://ift.tt/3kRqvWF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages