ପୁଲିସ୍ ଗାଡ଼ି ଭାବି ବୋଲେରୋକୁ ଉଡ଼ାଇ ଦେଲେ ନକ୍ସଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 30, 2020

ପୁଲିସ୍ ଗାଡ଼ି ଭାବି ବୋଲେରୋକୁ ଉଡ଼ାଇ ଦେଲେ ନକ୍ସଲ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଛତିଶଗଡ଼ର ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନା ଅନ୍ତର୍ଗତ ରାଜକୋଟ ନିକଟରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ପୋରଣରେ ଗୋଟିଏ ବୋଲେରୋ ନଷ୍ଟ ହୋଇଥିବା ବେଳେ ୨ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗାଡ଼ି ଡ୍ରାଇଭର। ସେମାନେ ବାସାଗୁଡା ଅଭିମୁଖେ ଯାଉଥିବା ବେଳେ ମାଓବାଦୀଙ୍କ ଶିକାର ହୋଇଥିଲେ।

ମାଓବାଦୀ ମାନେ ପୁଲିସ୍‌ ଗାଡ଼ି ଭାବି ଏପରି ବିସ୍ପୋରଣ କରିଥିବା ଅନୁମାନ କରାଯାଉଛି। ବାସାଗୁଡ଼ା ଥାନା ନିକଟରୁ ମାତ୍ର ୨ କିଲୋମିଟର ଦୂରରେ ଏହି ଘଟଣା ଘଟିଛି।

ଏହିଘଟଣା ପରେ ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ଅପରେସନ ଆରମ୍ଭ କରିଛନ୍ତି।

ବିସ୍ଫୋରଣରେ ଗୁରୁତର ଦୁଇ ବ୍ୟକ୍ତି- ବଳରାମ ପ୍ରଧାନ ଓ ମହମଦ୍ଦ ଏକବଲଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

The post ପୁଲିସ୍ ଗାଡ଼ି ଭାବି ବୋଲେରୋକୁ ଉଡ଼ାଇ ଦେଲେ ନକ୍ସଲ appeared first on Odisha Reporter.



from Odisha Reporter https://ift.tt/3fRrTqs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages