ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଅନେକ ସମୟରେ କିଛି ନା କିଛି ଆଶ୍ଚର୍ଯ୍ୟଚକିତ କଲା ଭଳି ଖବର ଆସିବା ଜାରି ରହିଛି। କିନ୍ତୁ ଏବେ ଯେଉଁ ତଥ୍ୟ ଆସିଛି, ତାହା ସମ୍ପୂର୍ଣ୍ଣ ଅଲଗା। ଏକ ନୂଆ ଅଧ୍ୟୟନରେ ଜଣାପଡ଼ିଛି ଯେ ଏହି ଭାଇରସ୍ ଲୋକଙ୍କ ନାକ ଭିତର ଦେଇ ମସ୍ତିଷ୍କରେ ପ୍ରବେଶ କରିପାରେ। ଯେଉଁଥିରୁ ଜଣାପଡ଼ିବ ଯେ କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ଭିତରେ କାହିଁକି ନ୍ୟୁରୋଲୋଜିକାଲ୍ ଲକ୍ଷଣ ଦେଖା ଦେଉଛି ଏବଂ ଏହାର ଚିକିତ୍ସା କିପରି କରାଯାଇପାରିବ।
ନେଚର୍ ନ୍ୟୁରୋସାଇନ୍ସ ମ୍ୟାଗାଜିନରେ ପ୍ରକାଶିତ ଏହି ଅଧ୍ୟୟନରେ କୁହାଯାଇଛି, SARS-CoV-2 କିମ୍ବା କୋଭିଡ୍-୧୯ ନା କେବଳ ଶ୍ୱାସପ୍ରଶ୍ୱାସକୁ ପ୍ରଭାବିତ କରିବ ବରଂ ସେଣ୍ଟ୍ରାଲ୍ ନର୍ଭସ୍ ସିଷ୍ଟମ ଉପରେ ମଧ୍ୟ ପ୍ରଭାବ ପକାଇବ, ଯେଉଁଥିରେ ଅଲଗା ଅଲଗା ନ୍ୟୁରୋଲୋଜିକାଲ୍ ଲକ୍ଷଣ ଯଥା ଶୁଙ୍ଘିବା, ସ୍ୱାଦ, ମୁଣ୍ଡ ବୁଲାଇବା, କ୍ଲାନ୍ତ ଓ ଚେତାଶୂନ୍ୟ ଆଦି ଦେଖାଦେବ।
ତେବେ ନୂଆ ଅଧ୍ୟୟନରେ ମସ୍ତିଷ୍କରେ ଭାଇରାଲ୍ ‘ଆରଏନଏ’ ଏବଂ ସେରୋବ୍ରୋସ୍ପିନାଲର ଉପସ୍ଥିତି କଥା କୁହାଯାଇଛି, କିନ୍ତୁ ଏହି ଭାଇରସ୍ କେଉଁଠାରେ ପ୍ରବେଶ କରିବ ଏବଂ କେମିତି ବ୍ୟାପିବ, ତାହା ଜଣାପଡ଼ିନାହିଁ।
ଏହି ଅଧ୍ୟୟନରେ କୋଭିଡ୍-୧୯ରେ ପ୍ରାଣ ହରାଇଥିବା ୩୩ଣ ରୋଗୀଙ୍କୁ ସାମିଲ୍ କରାଯାଇଥିଲା। ଯେଉଁଥିରେ ୧୧ଜଣ ମହିଳା ଓ ୨୨ ଜଣ ପୁରୁଷ ସାମିଲ୍ ଥିଲେ। ଏଥିରେ କୁହାଯାଇଛି, ମୃତ୍ୟୁବରଣ କରିଥିବା ଲୋକଙ୍କ ହାରାହାରି ବୟସ ୭୧.୭।
ଅନ୍ୟପକ୍ଷରେ କୋଭିଡ୍-୧୯ର ଲକ୍ଷଣ ଦେଖାଦେବା ପରଠାରୁ ସେମାନଙ୍କର ମୃତ୍ୟୁ ପର୍ଯ୍ୟନ୍ତ ହାରାହାରି ସମୟ ୩୧ ଦିନ ଧାର୍ଯ୍ୟ କରାଯାଇଛି। ଏହା ଉପରେ ରିସର୍ଚ୍ଚ କରିଥିବା ଏକ୍ସପର୍ଟଙ୍କ ମୁତାବକ, ମୃତକଙ୍କ ମସ୍ତିସ୍କ ଓ ଶ୍ୱାସପ୍ରଶ୍ୱାସ ନଳୀରୁ SARS-CoV-2 RNA ଏବଂ ପ୍ରୋଟିନ୍ ମିଳିଛି।
The post ନାକ ଜରିଆରେ ମସ୍ତିଷ୍କକୁ ପ୍ରବେଶ କରିପାରେ କରୋନା ଭାଇରସ୍ appeared first on Odisha Reporter.
from Odisha Reporter https://ift.tt/2VnA8Bs
No comments:
Post a Comment