ବଲିଉଡ ମହାନାୟକଙ୍କ ଅମିତାଭ ବଚ୍ଚନଙ୍କ ଶୋ’ ‘କୌନ ବାନେଗା କରୋଡ଼ପତି 2020’ର ପ୍ରଥମ କୋଟିପତି ବିଜେତା ଚଳିତ ମାସର ପ୍ରଥମ ସପ୍ତାହରେ ମିଳିସାରିଛି। ତେବେ ବରେତେତମାନ ଶୋ’କୁ ଦ୍ୱିତୀୟ କୋଟିପତି ବିଜେତା ବି ମିଳିଯାଇଛି। ଗତକାଲିର ଏପିସୋଡ୍ରେ ଆଇପିଏସ୍ ଅଧିକାରୀ ମୋହିତା ଶର୍ମା ‘କେବିସି’ର ଦ୍ୱିତୀୟ କୋଟିପତି ବିଜେତା ହୋଇଛନ୍ତି।
ମୋହିତାଙ୍କୁ ପଚରାଯାଇଥିବା ୧କୋଟିର ପ୍ରଶ୍ନ:
ଏହି ବିସ୍ଫୋରକ ମଧ୍ୟରୁ କେଉଁଟି ପ୍ରଥମେ ୧୮୯୮ ମସିହାରେ ଜର୍ମାନ ରସାୟନ ବିଜ୍ଞାନୀ ଜର୍ଜ ଫେଡ୍ରିକ୍ ହେନିଙ୍ଗଙ୍କ ଦ୍ୱାରା ଆବିଷ୍କାର ହୋଇଥିଲା ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଏହା ପ୍ରଥମେ ବ୍ୟବହୃତ ହୋଇଥିଲା। ଆଉ ଅପଶନ୍ଗୁଡ଼ିକ ଥିଲା A) HMX B) RDX C) TNT D) PETN । ତେବେ ଏହାର ସଠିକ୍ ଉତ୍ତର ଥିଲା RDX। ମୋହିତା ଏକ୍ସପର୍ଟ ଲାଇଫ୍ ଲାଇନ୍ ସାହାଯ୍ୟରେ ସଠିକ୍ ଉତ୍ତର ଦେଇଥିଲେ ଏବଂ ୧କୋଟି ଟଙ୍କା ଜିତି ସେ ୨୦୨୦ର ଦ୍ୱିତୀୟ କୋଟିପତି ହୋଇଥିଲେ।
And we have the second crorepati of season 12! With the help of lifeline, #AskTheExpert and her profound knowledge, Mohita bags 1 Crore. We congratulate her on this historic win. @SrBachchan @SPNStudioNEXT pic.twitter.com/Mk6MrsGC8W
— sonytv (@SonyTV) November 17, 2020
ମୋହିତା ଶର୍ମା କିଏ?
ମୋହିତା ହେଉଛନ୍ତି ୨୦୧୭ ବ୍ୟାଚ୍ର ଜଣେ ଆଇପିଏସ୍ ଅଧିକାରୀ, ଯିଏ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ପୋଷ୍ଟ ହୋଇଛନ୍ତି। ସେ ଭାରତୀୟ ବନ ସେବା ଅଧିକାରୀ ଋଶଲ ଗର୍ଗଙ୍କୁ ବିବାହ କରିଥିଲେ। ମୋହିତା ହିମାଚଳ ପ୍ରଦେଶର କଙ୍ଗରା ବାସିନ୍ଦା। ପରେ ତାଙ୍କ ପରିବାର ଦିଲ୍ଲୀକୁ ପଳାଇଥିଲେ। ତାଙ୍କ ପିତା ମାରୁତି କମ୍ପାନୀରେ କାମ କରୁଥିଲେ ଏବଂ ମା ଜଣେ ଗୃହିଣୀ। ମୋହିତାଙ୍କ ଶାଶୁଘର ଚଣ୍ଡିଗଡ଼ରେ। ଏହି ଶୋ’ରେ ସେ ସ୍ୱାମୀ ରାହୁଲ ଗର୍ଗଙ୍କୁ ସବୁକିଛିର ଶ୍ରେୟ ଦେଇଥିଲେ। ସେ କହିଥିଲେ ଯେ ତାଙ୍କ ସ୍ୱାମୀ ଗତ 20 ବର୍ଷ ଧରି କେବିସି ଆସିବାକୁ ଚେଷ୍ଟା କରୁଛନ୍ତି। ରାହୁଲ ମଧ୍ୟ କହିଥିଲେ ଯେ ସେ ‘କୌନ ବାନେଗା କରୋଡ଼ପତି ଜୁନିଅରରେ ପ୍ରଥମ ଥର ପାଇଁ ଚେଷ୍ଟା କରିଥିଲେ। ସେତେବେଳେ ସେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ।
ସୂଚନାଯୋଗ୍ୟ, ମୋହିତାଙ୍କ ପୂର୍ବରୁ ଦିଲ୍ଲୀରୁ ଆସିଥିବା ମ୍ୟାନେଜର ନାଜିଆ ନାଜ ଏକ କୋଟି ଟଙ୍କା ଜିତିଥିଲେ। ତେବେ 7 କୋଟି ଟଙ୍କା ପ୍ରଶ୍ନର ସଠିକ୍ ଉତ୍ତର ଜାଣି ନପାରିବାରୁ ସେ ଖେଳ ଅଧାରୁ ଛାଡ଼ିଥିଲେ।। ମୋହିତା ମଧ୍ଯ ୭ କୋଟି ପ୍ରଶ୍ନର ଉତ୍ତର ଜାଣି ନପାରିବାରରୁ ଗେମ୍ ଛାଡ଼ି ଦେଇଥିଲେ।
The post ‘କେବିସି’କୁ ମିଳିତା ଏହାର ଦ୍ୱିତୀୟ କୋଟିପତି ବିଜେତା appeared first on Odisha Reporter.
from Odisha Reporter https://ift.tt/35GclT1
No comments:
Post a Comment