ପୁଣି ବାହା ହେବେ ପ୍ରଭୁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 12, 2020

ପୁଣି ବାହା ହେବେ ପ୍ରଭୁ!

ମୁମ୍ବାଇ: ପ୍ରଭୁ ଦେବା ଏକାଧାରରେ ଜଣେ ଡ୍ୟାନ୍ସ କୋରିଓଗ୍ରାଫର, ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ। ଉଭୟ ବଲିଉଡ୍ ଓ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେ ସକ୍ରିୟ। ୨୦୧୧ରେ ପତ୍ନୀ ରାମଲତାଙ୍କ ଠାରୁ ସେ ଅଲଗା ହୋଇଯାଇଥିଲେ। ଅଭିନେତ୍ରୀ ନୟନତାରାଙ୍କ ସହିତ ପ୍ରଭୁ ଦେବାଙ୍କ ସଂପର୍କ ବଢ଼ିବା ପରେ ତାଙ୍କ ପତ୍ନୀ ଅସନ୍ତୁଷ୍ଟ ହୋଇଥିଲେ। ଏହା ପରେ ତାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଦେଖାଯାଇଥିଲା। ଶେଷରେ ଏହା ଛାଡ଼ପତ୍ରରେ ଶେଷ ହୋଇଥିଲା। କିନ୍ତୁ ନୟନତାରାଙ୍କ ସହିତ ବି ପ୍ରଭୁଙ୍କ ସଂପର୍କ ତିଷ୍ଠି ପାରିଲା ନାହିଁ। ୨୦୧୨ରେ ନୟନତାରା ବି ପ୍ରଭୁଙ୍କଠାରୁ ଦୂରେଇ ଯାଇଥିଲେ।

ତେବେ ଇ-ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରଭୁ ପୁଣି ପ୍ରେମରେ ପଡ଼ିଛନ୍ତି। ସେ ତାଙ୍କର ଜଣେ ଭାଣିଜୀଙ୍କୁ ଡେଟ୍ କରୁଛନ୍ତି ଓ ତାଙ୍କୁ ବାହା ହେବେ। ସେମାନେ ଖୁବ୍‌ଶୀଘ୍ର ବାହା ହେବେ ବୋଲି କୁହାଯାଉଛି। କିନ୍ତୁ ପ୍ରଭୁ ଦେବା କିମ୍ବା ତାଙ୍କ ଅଫିସ୍ ପକ୍ଷରୁ ଏ ସଂପର୍କରେ କିଛି କୁହାଯାଇନାହିଁ।

ପ୍ରଭୁ ଦେବା ଏବେ ସଲ୍‌ମାନ୍‌ ଖାନ୍‌ଙ୍କ ଫିଲ୍ମ ‘ରାଧେ’ରେ କାମ କରୁଛନ୍ତି। ସେ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ସଲମାନ ଖାନ୍‌ଙ୍କ ଫିଲ୍ମ ‘ଦବଙ୍ଗ-୩’ର ନିର୍ଦ୍ଦେଶନା ମଧ୍ୟ ପ୍ରଭୁ ଦେବା ଦେଇଥିଲେ। ସେହିପରି ଆଗକୁ ସାଉଥ୍‌ର କିଛି  ଫିଲ୍ମରେ ପ୍ରଭୁଙ୍କୁ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିବ।

The post ପୁଣି ବାହା ହେବେ ପ୍ରଭୁ! appeared first on Odisha Reporter.



from Odisha Reporter https://ift.tt/2K0yPFX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages