‘କପଡ଼ା’ ତିଆରି ମାସ୍କ ଖରାରେ ଶୁଖାଇଲେ ୯୯.୯% ଜୀବାଣୁ ମରିଯାଏ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 12, 2020

‘କପଡ଼ା’ ତିଆରି ମାସ୍କ ଖରାରେ ଶୁଖାଇଲେ ୯୯.୯% ଜୀବାଣୁ ମରିଯାଏ !

ନୂଆଦିଲ୍ଲୀ: କପଡ଼ାରେ ତିଆରି ମାସ୍କକୁ ନେଇ ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଗବେଷକମାନେ ଦାବି କରିଛନ୍ତି ସେମାନେ ଆବିଷ୍କାର କରିଥିବା ଏକ କପଡା ତିଆରି ମାସ୍କ ବାରମ୍ୱାର ବ୍ୟବହାର ହୋଇପାରିବ। ଏଥିସହ ଏହି ମାସ୍କକୁ ପରିଷ୍କାର କରି ଖରାରେ ଶୁଖାଇଲେ ୯୯.୯ ପ୍ରତିଶତ ଜୀବାଣୁ ବା ଭାଇରସ ମରିଯାଏ। ଏସିଏସ ଆପ୍ୱାଏଡ ମେଟେରିଆଲ୍ ଆଣ୍ଡ ଇଣ୍ଟରଫେସ୍ ପତ୍ରିକାରେ ଏହା ପ୍ରକାଶ ପାଇଛି।

ମାସ୍କ ପିନ୍ଧିଥିବା ବେଳେ କାଶ ହେଉ ଅବା ଛିଙ୍କିବା ସମୟରେ ଅନେକ ପାଣି ବୁନ୍ଧାରେ ଭାଇରସ ରହିଥାଏ। ଏହି ଭାଇରସ ସେହି ମାସ୍କରେ ଲାଗି ହୋଇ ରହିଥାଏ। ତେଣୁ ଭାଇରସ ମାସ୍କରୁ ଅନ୍ୟତ୍ର ସଂକ୍ରମିତତ ହେବାର ସମ୍ଭାବନା ଥାଏ। ହେଲେ ଗବେଷକମାନେ ଏକ ସୂତାର ଆବିଷ୍କାର କରିଛନ୍ତି। ଯେଉଁଥିରେ ଏହି ସବୁ ହେବାର ସମ୍ଭାବନା ନଥାଏ।

ଆମେରିକାରେ ଥିବା କାଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟର ଗବେଷକ ମାନେ ଏହି ନୂଆର କପଡା ପ୍ରସ୍ତୁତ କରିଛନ୍ତି ଯାହାକି ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସିବା ପରେ  ଅକ୍ସିଜେନ୍ ସ୍ପାଇକ୍ ନାମକ ପଦାର୍ଥ ରହିଥାଏ। ଆଉ ଏହା କପଡାରେ ଲାଗିଥିବା ଜୀବାଣୁକୁ ମାରିଦିଏ ଏବଂ ଧୋଇବା ପରେ ପୁଣି ଥରେ ବ୍ୟବହାର ଯୋଗ୍ୟ ଏବଂ ସୁରକ୍ଷିତ ରହିଥାଏ|

ଗବେଷକ ଏହି ନୂଆ ସୂତା ବାବଦରେ ସୂଚନା ଦେବାକୁ ଯାଇ କହିଛନ୍ତି ବଙ୍ଗାଲ୍ ଡାଇ ନାମକ ସୂତାର କପଡାରେ ଏହି ସବୁ ରହିଛି। କାରଣ ଏହି କପଡାରେ  ଫଟୋସେନାଇଟାଇଜର ରହିଛି। ଯାହାକି ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସିବାର ଘଣ୍ଟାକ ମଧ୍ୟରେ ୯୯.୯୯ ପ୍ରତିଶତ ଜୀବାଣୁଙ୍କୁ ମାରିଦିଏ। ଏମିତିକି ୩୦ ମିନିଟ ମଧ୍ୟରେ ଟି୭ ‘ବ୍ୟାକ୍ଟେରିଆଫେଜ୍’କୁ ୯୯.୯୯ ପ୍ରତିଶତ ସକ୍ରିୟ କରିଥାଏ। କରୋନା ଭାଇରସ ଅପେକ୍ଷା ଟି୭ ଭାଇରସ ଅଧିକ ପ୍ରତିରୋଧୀ ବୋଲି ବିଶ୍ୱାସ ରହିଛି।

The post ‘କପଡ଼ା’ ତିଆରି ମାସ୍କ ଖରାରେ ଶୁଖାଇଲେ ୯୯.୯% ଜୀବାଣୁ ମରିଯାଏ ! appeared first on Odisha Reporter.



from Odisha Reporter https://ift.tt/2JYIVqN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages