ଭାଣିଜୀକୁ ରଡ୍‌ରେ ପିଟିପିଟି ମାରିଦେଲେ ମାମୁଁ-ମାଇଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 2, 2020

ଭାଣିଜୀକୁ ରଡ୍‌ରେ ପିଟିପିଟି ମାରିଦେଲେ ମାମୁଁ-ମାଇଁ

ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଛି ଅଭାବନୀୟ ଘଟଣା, ଯେଉଁଠାରେ ଏକ ଦମ୍ପତି ନିଜର ୧୭ ବର୍ଷୀୟା ଭାଣିଜୀକୁ ହତ୍ୟା କରିଦେଇଛନ୍ତି। ହତ୍ୟା କରିବା ପରେ ଦମ୍ପତି ମୃତଦେହକୁ ଘଟ ଭିତରେ ଥିବା ବାକ୍ସ ଭିତରେ ଲୁଚାଇ ଦେଇଥିଲେ। ତେବେ ବଡ଼ କଥା ହେଉଛି, ଯେଉଁ ବାକ୍ସ ଭିତରେ ଭାଣିଜୀର ମୃତଦେହ ଥିଲା, ତା’ ଉପରେ ଦମ୍ପତି ସାରା ରାତି ଶୋଇଥିଲେ। ତେବେ ପ୍ରମାଣକୁ ଲୁଚାଇବା ପାଇଁ ଦୁହେଁ ଘଟଣାସ୍ଥଳରେ ପଡ଼ିଥିବା ରକ୍ତକୁ ସଫା କରିଦେଇଥିଲେ।

ପୁଲିସର କହିବା ମୁତାବକ, ମୁଖ୍ୟ ଅଭିଯୁକ୍ତର ନଜର ତା’ର ନାବାଳିକା ଭାଣିଜୀ ଉପରେ ଥିଲା। ଏପରିକି ଅଭିଯୁକ୍ତ ବାରମ୍ବାର ତା’ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବା ନେଇ ଚାପ ପକାଇଥିଲା, କିନ୍ତୁ ନାବାଳିକା ଜଣକ ଏହାକୁ ନେଇ ବାରମ୍ବାର ଆପତ୍ତି କରୁଥିଲା। ଏପରିକି ଅଭିଯୁକ୍ତର ପତ୍ନୀ ନିଜ ପତି ଉପରେ ଏନେଇ ସନ୍ଦେହ ପ୍ରକଟ କରିଥିଲା। ଏଥିପାଇଁ ପତ୍ନୀ ନିଜର ଭାଣିଜୀକୁ ବିହାର ଫେରିଯିବାକୁ କହିଥିଲା। କିନ୍ତୁ ନାବାଳିକା ଜଣକ ଅଧିକ ପାଠ ପଢ଼ିବା ପାଇଁ ଦିଲ୍ଲୀରେ ରହିବାକୁ ଚାହୁଁଥିଲା। ମୃତକ ନିଜର ଦ୍ୱାଦଶ ଶ୍ରେଣୀ ଅଧ୍ୟୟନ ପୂରଣ କରିସାରିଥିଲା ଏବଂ ଆଗକୁ ପଢ଼ିବା ପାଇଁ ଯୋଜନା କରୁଥିଲା।

ଯେତେବେଳେ ଯୁବତୀ ଜଣକ ଘର ଛାଡ଼ିବାକୁ ମନା କଲା, ସେତେବେଳେ ଏହାକୁ ନେଇ ପତି ଓ ପତ୍ନୀଙ୍କ ମଧ୍ୟରେ ଖୁବ୍ ଝଗଡ଼ା ହେଉଥିଲା। ବିବାଦ ଏତେ ଘନେଇଥିଲା ଯେ, ଅକ୍ଟୋବର ୨୩ ତାରିଖରେ ମହିଳା ଜଣକ ନିଜ ପତିକୁ ତା’ର ଭାଣିଜୀକୁ ମାରିବା ପାଇଁ କହିଥିଲା। ଯାହା ପରେ ମହିଳାର ପତି ନିଜ ଭାଣିଜୀକୁ ରଡରେ ପିଟି ପିଟି ମାରିଦେଇଥିଲା।

ତେବେ ଏହି ହତ୍ୟା ଘଟଣା ଅକ୍ଟୋବର ୨୫ ତାରିଖରେ ଜଣାପଡ଼ିଥିଲା, ଯେତେବେଳେ ନାବାଳିକାର ଖୁଡ଼ି ଉକ୍ତ ଘରୁ ଦୁର୍ଗନ୍ଧ ବାହାରୁଥିବା ନେଇ ସ୍ଥାନୀୟ ଲୋକେ ପୁଲିସକୁ ଜଣାଇଥିଲେ। ଏହା ପରେ ପୁଲିସ୍ ଘରେ ପହଞ୍ଚି ବାକ୍ସ ଭିତରୁ ମୃତଦେହକୁ ବାହାର କରିଥିଲା।

The post ଭାଣିଜୀକୁ ରଡ୍‌ରେ ପିଟିପିଟି ମାରିଦେଲେ ମାମୁଁ-ମାଇଁ appeared first on Odisha Reporter.



from Odisha Reporter https://ift.tt/2JxlMM7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages