ଭାରତରେ ତିଆରି ହେବ ୧୦ କୋଟି ରୁଷ ଟିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 27, 2020

ଭାରତରେ ତିଆରି ହେବ ୧୦ କୋଟି ରୁଷ ଟିକା

ହାଇଦ୍ରାବାଦ: ରୁଷ ତିଆରି କରିଥିବା କରୋନା ଟିକା ସ୍ପୁଟନିକ-ଭି ଭାରତରେ ଉତ୍ପାଦନ ହେବ। ଏହି ଟିକାର ପ୍ରାୟ ୧୦ କୋଟି ଡୋଜ୍‌ ତିଆରି କରିବାକୁ ଫାର୍ମା କମ୍ପାନୀ ହେଟେରୋ ଲ୍ୟାବ ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ(ଆରଡିଆଇଏଫ) ସହ ହାତ ମିଳାଇଛି।

ଦୁଇ ସଂସ୍ଥାର ବୁଝାମଣା ଅନୁଯାୟୀ, ସ୍ପୁଟନିକ ଭି କରୋନା ଟିକା ହାଇଦ୍ରାବାଦର ଜାଡଚେରେଲାରେ ଥିବା ହେଟେରୋ ବାଓଫାର୍ମାରେ ତିଆରି କରାଯିବ। ସୂଚନା ଅନୁଯାୟୀ, ୨୦୨୧ ପ୍ରଥମ ଭାଗରେ ହିଁ ଭାରତରେ ଏହି ଟିକାର ତିଆରି କାମ ଆରମ୍ଭ ହୋଇଯିବ ବୋଲି ହେଟୋରୋ ଓ ଆରଡିଆଇଏଫ ପକ୍ଷରୁ ଘୋଷଣା କରାଯାଇଛି।

ଏହାପୂର୍ବରୁ ଆରଡିଏଫ ହାଇଦ୍ରାବାଦରେ ଅବସ୍ଥାପିତ ଡା ରେଡ୍ଡୀ ଲ୍ୟାବ ସହ ସ୍ପୁଟନିକ ଭିର ୨ୟ ଓ ୩ୟ ପର୍ଯ୍ୟାୟ ଟ୍ରାଏଲ ଭାରତରେ କରିବାକୁ ଚୁକ୍ତି କରିଥିଲା। ସେହିପରି ଭାରତୀୟ ମାର୍କେଟରେ ଏହି ଟିକାର ୧୦୦ ମିଲିୟନ ଡୋଜ୍‌ ଡା. ରେଡ୍ଡୀ ଜରିଆରେ ବିତରଣ କରିବାକୁ ମଧ୍ୟ ଘୋଷଣା କରିଥିଲା।

ଭାରତ ସରକାର ମଧ୍ୟ ସ୍ପୁଟନିକ ଭିର ୨ୟ ଓ ୩ୟ ପର୍ଯ୍ୟାୟ ଟ୍ରାଏଲ କରିବାକୁ ଅନୁମତି ଦେଇ ସାରିଛନ୍ତି। ଆରଡିଆଇଏଫ କହିଛି, ୫୦ରୁ ଅଧିକ ଦେଶରୁ ସ୍ପୁଟନିକ-ଭି କରୋନା ଟିକାର ୧.୨ ବିଲିୟନ ଡୋଜ୍‌ ଉତ୍ପାଦନ ହୋଇ ମାର୍କେଟକୁ ଆସିବ। ଆରଡିଆଇଏଫର ଅନ୍ତର୍ଜାତୀୟ ସହଯୋଗୀ ଭାବେ ଭାରତ, ବ୍ରାଜିଲ, ଚାଇନା, ଦକ୍ଷିଣ କୋରିଆ ଭଳି ଦେଶ କାର୍ଯ୍ୟ କରୁଛନ୍ତି। ଏହି ଦେଶଗୁଡ଼ିକରେ ହିଁ ସ୍ପୁଟନିକ ଭି କରୋନାର ଟିକାର ଉତ୍ପାଦନ କରାଯିବ। କ୍ଲିନିକାଲ ଟ୍ରାଏଲ ବେଳେ ଏହି ଟିକା ୯୫% ସଫଳ ହୋଇଥିବା ଜଣାପଡ଼ିଛି।

The post ଭାରତରେ ତିଆରି ହେବ ୧୦ କୋଟି ରୁଷ ଟିକା appeared first on Odisha Reporter.



from Odisha Reporter https://ift.tt/3lfGWvt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages