ମୁମ୍ୱାଇ : ବଲିଉଡ୍ ଫିଲ୍ମ ‘ବିକି ଡୋନର’ରୁ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ୟାମି ଗୌତମ୍ଙ୍କର ଆଜି ହେଉଛି ଜନ୍ମଦିନ। ୟାମି ଆଜି ତାଙ୍କର ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି। ପୂର୍ବରୁ କନ୍ନଡ଼ ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ ୨୦୧୨ ମସିହାରେ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କ ସହିତ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ୟାମିଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ବିଷୟରେ କିଛି ଅଜଣା କଥା।
୧. ୧୯୮୮ ମସିହା ନଭେମ୍ୱର ୨୮ ତାରିଖ ଦିନ ହିମାଚଳ ପ୍ରଦେଶର ବିଳାସପୁରରେ ୟାମିଙ୍କର ଜନ୍ମ ହୋଇଥିଲା।
View this post on Instagram
୨. ୟାମି ଗୌତମ ଜଣେ ଲ’ ଛାତ୍ରୀ। ଚଣ୍ଡୀଗଡ଼ର ଏକ ଲ’ କଲେଜରେ ସେ ପାଠ ପଢ଼ିଛନ୍ତି। ଭଲ ପାଠ ପଢ଼ୁଥିବା ୟାମି ଜଣେ ଆଇଏଏସ୍ ଅଫିସର ହେବା ପାଇଁ ଲକ୍ଷ୍ୟ ରଖିଥିଲେ। ହେଲେ ପରିବାର ପାଇଁ ତାଙ୍କର ଅଭିନୟ ପ୍ରତି ରୁଚି ବଢ଼ିଥିଲା।
୩. ଏହାର କାରଣ ୟାମିଙ୍କର ବାପା ଜଣେ ପଞ୍ଜାବୀ ଫିଲ୍ମ ନିର୍ଦ୍ଦେଶକ। ତେଣୁ ଅଭିନୟ କ୍ଷେତ୍ରରେ ଆଗକୁ ଯିବା ପାଇଁ ତାଙ୍କୁ ବାପାଙ୍କର ପ୍ରେରଣା ମିଳିଥିଲା।
View this post on Instagram
୪. ସେହିପରି ୟାମିଙ୍କର ଭଉଣୀ ସୁରିଲି ଗୌତମ ମଧ୍ୟ ପଞ୍ଜାବୀ ଫିଲ୍ମରେ ଜଣେ ଜଣାଶୁଣା ଅଭିନେତ୍ରୀ। ‘ପାୱାର କଟ୍’ ପରି ଫିଲ୍ମରେ ସେ କାମ କରିଛନ୍ତି।
୫. ୨୦୧୨ରେ ଆୟୁଷ୍ମାନ ଖୁରାନାଙ୍କ ସହିତ କରିଥିବା ଡେବ୍ୟୁ ଫିଲ୍ମ ‘ବିକି ଡୋନର’ ହିଁ ୟାମିଙ୍କୁ ସଫଳତାର ପାହାଚ ଚଢ଼ାଇଥିଲା।
View this post on Instagram
୬. ଏହାପରେ ସେ ସନମ୍ ରେ, ବଦଲାପୁର, ଆକ୍ସନ୍-ଯାକ୍ସନ୍, କାବିଲ ଓ ଉରି ପରି ହିଟ୍ ଫିଲ୍ମରେ କାର୍ଯ୍ୟ କରିଥିଲେ। ହିନ୍ଦୀ ବ୍ୟତୀତ ୟାମି ପଞ୍ଜାବ, କନ୍ନଡ଼, ମାଲାୟାଲାମ୍, ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି।
The post ଦିନେ ଆଇଏଏସ୍ ଅଫିସର ହେବାକୁ ଚାହୁଁଥିଲେ ୟାମି ଗୌତମ୍ appeared first on Odisha Reporter.
from Odisha Reporter https://ift.tt/3fUtCvv
No comments:
Post a Comment