ନଭେମ୍ବରରୁ ଦିଲ୍ଲୀରେ ଅସହ୍ୟ ଜାଡ଼, ଭାଙ୍ଗିଲା ୧୦ ବର୍ଷର ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 19, 2020

ନଭେମ୍ବରରୁ ଦିଲ୍ଲୀରେ ଅସହ୍ୟ ଜାଡ଼, ଭାଙ୍ଗିଲା ୧୦ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ଏବେଠାରୁ ହିଁ ଦିଲ୍ଲୀରେ ଅସହ୍ୟ ଜାଡ଼ ଅନୁଭୁତ ହେଲାଣି। ସ୍ଥିତି ଏପରି ହୋଇଛି ଯେ ନଭେମ୍ବର ମାସରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶୁକ୍ରବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟର ରେକର୍ଡ କରାଯାଇଛି।

୧୦ ବର୍ଷ ମଧ୍ୟରେ କେବେ ହେଲେ ନଭେମ୍ବର ମାସରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ଏତେ ତଳକୁ ଖସି ନଥିଲା। ପଶ୍ଚିମ ହିମାଳୟ କ୍ଷେତ୍ରରେ ପ୍ରବଳ ବରଫପାତ ହେଉଥିବାରୁ ଦିଲ୍ଲୀରେ ଏଭଳି ଥଣ୍ଡା ଅନୁଭୁତ ହେଉଥିବା ପାଣିପାଗ ବିଭାଗ କହିଛି। ବିଭାଗ ପକ୍ଷରୁ ଗୁରୁବାର କୁହାଯାଇଥିଲା ଯେ ଯଦି ପଶ୍ଚିମ ହିମାଳୟ କ୍ଷେତ୍ରରେ ପ୍ରବଳ ବରଫପାତ ଜାରି ରହିବ, ତା’ହେଲେ ଶୁକ୍ରବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ସେଲିସିୟସ ହ୍ରାସ ପାଇପାରେ। ଗୁରୁବାର ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ ରହିଥିଲା। ଶୁକ୍ରବାର ଏହର ଦୁଇ ଡିଗ୍ରୀ ହ୍ରାସ ପାଇଁ ୭.୫ ହୋଇ ଯାଇଛି।

ବିଭାଗ କହିଛି ଯେ ଚଳିତ ସିଜିନ୍‌ରେ ଦିଲ୍ଲୀରେ ତାପମାତ୍ରା ଏତେ ପରିମାଣର ହ୍ରାସ ପାଇବା ପ୍ରଥମ ଘଟଣା। ସାଧାରଣତଃ ୧୯ରୁ ୨୧ ନଭେମ୍ବର ଯାଏ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୨.୩ ଡିଗ୍ରୀ ଓ ୨୨ରୁ ୨୬ ନଭେମ୍ବର ଯାଏ ତାପମାତ୍ରା ୧୧.୩ ଡିଗ୍ରୀ ସେଲସିୟସ ରହିଥାଏ। କିନ୍ତୁ ଏଥର ସବୁ ପୁରୁଣା ରେକର୍ଡ ଭାଙ୍ଗି ଯାଇଛି।

The post ନଭେମ୍ବରରୁ ଦିଲ୍ଲୀରେ ଅସହ୍ୟ ଜାଡ଼, ଭାଙ୍ଗିଲା ୧୦ ବର୍ଷର ରେକର୍ଡ appeared first on Odisha Reporter.



from Odisha Reporter https://ift.tt/396W8s2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages