ଷଣ୍ଢ ଚୋରି ଅଭିଯୋଗରେ ଯୁବକ ଅଟକ, ସର୍ବସମ୍ମୁଖରେ ପିଟିଲା ପୁଲିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 19, 2020

ଷଣ୍ଢ ଚୋରି ଅଭିଯୋଗରେ ଯୁବକ ଅଟକ, ସର୍ବସମ୍ମୁଖରେ ପିଟିଲା ପୁଲିସ୍

ପୁରୀ(ଓଡ଼ିଶା ରିପୋର୍ଟର): ଷଣ୍ଢ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ସର୍ବସମ୍ମୁଖରେ ପୁଲିସ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଡେଲାଙ୍ଗ ମୁନିଁଦା ଗାଁରେ।

ଅଭିଯୋଗ ଅନୁସାରେ, ସଂପୃକ୍ତ ଯୁବକ ମୁନିଁଦା ଗାଁରୁ ଏକ ଷଣ୍ଢ ଚୋରି କରୁଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଗାଁଲୋକେ ତାଙ୍କୁ ଖୁଣ୍ଟରେ ବାନ୍ଧି ରଖିଥିଲେ । ଡେଲାଙ୍ଗ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା । ଏହାପରେ ପୁଲିସ୍‌ ଗାଁ ଲୋକଙ୍କ ଉପସ୍ଥିତିରେ ସମ୍ପୃକ୍ତ ଯୁବକଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି ।

ତେବେ ସର୍ବ ସମ୍ମୁଖରେ ଏପରି ବ୍ୟବହାରକୁ ନେଇ ଏବେ ପୁଲିସ୍‌ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ଘଟଣାକୁ ନେଇ ଡେଲାଙ୍ଗ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

The post ଷଣ୍ଢ ଚୋରି ଅଭିଯୋଗରେ ଯୁବକ ଅଟକ, ସର୍ବସମ୍ମୁଖରେ ପିଟିଲା ପୁଲିସ୍ appeared first on Odisha Reporter.



from Odisha Reporter https://ift.tt/36SJien

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages