କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ଆନ୍ଧ୍ର ସୀମାନ୍ତ ଏନୁଗୁ ଅଞ୍ଚଳରୁ ଟ୍ରକ୍ ଯୋଗେ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛି କୋରାପୁଟ୍ ପୁଲିସ୍। କୋରାପୁଟ ଜିଲ୍ଲା ମାଛକୁଣ୍ଡରେ ୩ କ୍ୱିଣ୍ଟାଲ ଓ ୨୧ କୋଟିର ଗଞ୍ଜେଇ ଜବତ ହୋଇଥିବା ସୂଚନା ଦେଇଛନ୍ତି କୋରାପୁଟ ଏସପି ମୁକେଶ ଭାମୋ।
ଗଞ୍ଜେଇ ଚାଲାଣ ଖବର ପାଇବା ପରେ ଏସପି ମୁକେଶ ଭାମୋ ନନ୍ଦପୁର ଏସଡିପିଓଙ୍କୁ ସୂଚନା ଦେଇଥିଲେ। ଏସପିଙ୍କ ସୂଚନା ଆଧାରରେ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ରାତ୍ରି ପାଟ୍ରୋଲିଂ କରିଥଲେ। ଏନୁଗୁ ଅଂଚଳରୁ ଏକ ଟ୍ରକ ଦ୍ରୁତ ଗତିରେ ଆସୁଥିବା ନେଇ ପୁଲିସ ଗୁନେଇପଡା ନିକଟ ଶିବ ମନ୍ଦିର ଛକରେ ଟ୍ରକକୁ ଅଟକ ରଖି ଯାଞ୍ଚ କରିଥଲେ।
ସେହି ଟ୍ରକରୁ ପ୍ରାୟ ୩ କ୍ୱିଣ୍ଟାଲ ୨୧ କେଜି ଗଂଜେଇ ରହିଥିବା ନେଇ ପୁଲିସ ଜାଣିବାକୁ ପାଇଥିଲେ। ତା ସହ ରାୟପୁର ଅଞ୍ଚଳର ବିପିନ ମିଶ୍ରା ଓ ଅରୁଣ ଦୁବେ ନାମକ ୨ଜଣ ଡ୍ରାଇଭରକୁ ମଧ୍ୟ ପୁଲିସ ଗିରଫ କରିଥିଲା। ଜବତ ଗଂଜେଇ ଆନ୍ଧ୍ରପ୍ରଦେଶ ଏନୁଗୁ ଅଂଚଳରୁ ଲମତାପୁଟ, ଜୟପୁର, ରାୟପୁର ଦେଇ ଉତ୍ତର ପ୍ରଦେଶ ଅଂଚଳକୁ ଚୋର ଚାଲାଣ ହେଉଥିବା ନେଇ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଉଛି।
ଜବତ ଗଂଜେଇ ଆନୁମାନିମ ମୂଲ୍ୟ ଅନ୍ତରାଜ୍ୟରେ ୩୦ ଲକ୍ଷ ଟଙ୍କା ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ୧୦ ଲକ୍ଷ ଟଙ୍କାର ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
The post ପୁଲିସକୁ ବଡ଼ ସଫଳତା, ୩ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ appeared first on Odisha Reporter.
from Odisha Reporter https://ift.tt/3pBbtqJ
No comments:
Post a Comment