ନୂଆଦିଲ୍ଲୀ: ଗୁପକର ମେଣ୍ଟ ଦେଶ ବିରୋଧୀ କାମରେ ସଂପୃକ୍ତ ରହୁଛି। ଦେଶର ଲୋକଙ୍କ ଭାବନା ବିରୋଧରେ କାମ ନକରିବା ଦରକାର। ସୋମବାର ଗୃହମନ୍ତ୍ରୀ ଅମିତ ଶାହ ଗୁପକର ମେଣ୍ଟ ପ୍ରସଙ୍ଗରେ ଏଭଳି ମତ ରଖିଥିଲେ। ଆଉ କଂଗ୍ରେସ ଏହି ମେଣ୍ଟରେ ସାମିଲ୍ ଅଛି କି ନାହିଁ ପ୍ରଶ୍ନ କରିଥିଲେ ଶାହ। ଏବେ କଂଗ୍ରେସ ସ୍ପଷ୍ଟ କରିଛି ସେ ଗୁପକର ମେଣ୍ଟର ଅଂଶ ନୁହେଁ।
ଶାହ ଏହି ସମୟରେ ଗୁପକରକୁ ଗ୍ଲୋବଲ ଗ୍ୟାଙ୍ଗ ବା ମେଣ୍ଟ ବୋଲି କହିଥିଲେ। ଜମ୍ମୁ କଶ୍ମୀରରୁ ଧାରା 370 ଉଚ୍ଛେଦ ପାଇଁ ଏହି ମେଣ୍ଟ ବିଦେଶୀ ଦେଶର ନେତାଙ୍କ କଥା ହେଉଛି ବୋଲି ସେ କହିଥିଲେ।
ଅନ୍ୟପଟେ ଜମ୍ମୁ କଶ୍ମୀରରେ ଧାରା 370 ପୁଣିଥରେ ଚାଇନାର ସହଯୋଗରେ ଲାଗୁ ହେବ ବୋଲି ନ୍ୟାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଦେଇଥିବା ମତ ଏବଂ ପିଡିପି ନେତା ମେହବୁବା ମୁଫତି ଜାତୀୟ ପତାକା ନଧରିବା ପ୍ରସଙ୍ଗରେ ବିଜେପି ଜମ୍ମୁ କଶ୍ମୀରର ଏହି ଦୁଇ ଦଳକୁ କଡ଼ା ସମାଲୋଚନା କରିଛି। ଆଗକୁ ଜମ୍ମୁ କଶ୍ମୀରରେ ଜିଲ୍ଲା ପରିଷଦ ନିର୍ବାଚନ ରହିଛି। ଏହି ସମୟରେ କଂଗ୍ରେସ ଏହି ଦୁଇ ଦଳ ସହ ମିଶି ପ୍ରାର୍ଥୀ ଦେଉଥିବା ଜଣାପଡ଼ିବା ପରେ ଶାହ ଏଭଳି ପ୍ରଶ୍ନ କରିଥିଲେ।
ଜବାବରେ କଂଗ୍ରେସ କହିଛି, ଶାହଙ୍କ ମନ୍ତବ୍ୟରେ ଆଧାର ନାହିଁ। ଦେଶର ସର୍ବପୁରାତନ ଦଳ ଦେଶ ସହିତ ରହିଛି। ଗୁପକର ମେଣ୍ଟ ସହ କଂଗ୍ରେସର ନେଣ ଦେଣ ନାହିଁ କି କୌଣସି ଗୁପକର ବୈଠକରେ କଂଗ୍ରେସ ସାମିଲ୍ ହୋଇନାହିଁ। ହେଲେ କଂଗ୍ରେସ ଗଣତନ୍ତ୍ରକୁ ବିଶ୍ୱାସ କରେ। ତେଣୁ ଜିଲ୍ଲା ପରିଷଦ ନିର୍ବାଚନରେ ଚୁକ୍ତି ଅନୁଯାୟୀ ଆସନ ବୁଝାମଣା ହୋଇଛି ବୋଲି କଂଗ୍ରେସ କହିଛି।
କଂଗ୍ରେସ ନେତା ରଣଦୀପ ସୁରଜେଓ୍ୱାଲା କହିଛନ୍ତି, ବିଜେପି, ପିଡିପି ସହ ମିଶି ଜମ୍ମୁ କଶ୍ମୀରରେ ତିନି ବର୍ଷ ଶାସନ କରିଛି। ଯଦି ପିଡିପି ଦେଶ ବିରୋଧୀ ସଂଗଠନ ସହ ଅଛି ତାହାଲେ ବିଜେପି ଏହି ଦଳ ସହ ମିଶି କାହିଁକି ସରକାର ଗଢ଼ିଥିଲା ବୋଲି ସେ ବିଜେପି ପାଖରୁ ଜବାବ ମାଗିଛନ୍ତି।
ସେହିପରି ନ୍ୟାଶନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା ଟ୍ୱିଟ୍ କରି ଶାହଙ୍କ ମନ୍ତବ୍ୟକୁ ଖାରଜ କରିଛନ୍ତି। ଗୁପକର ଏକ ମେଣ୍ଟ, ଗ୍ୟାଙ୍ଗ ନୁହେଁ ବୋଲି ସେ କହିଛନ୍ତି। ଏହା ଏକ ରାଜନୀତିକ ମେଣ୍ଟ। କୌଣସି ବିଦେଶୀ ନେତା ସହ ଗୁପକର ନାହିଁ। ଏହା ସତ ଯେ ବିଜେପି ଗୋଟିଏ ଦୁର୍ନୀତି ଏବଂ ଦେଶ ବିରୋଧୀ ଦଳ। କେବଳ ଜମ୍ମୁ କଶ୍ମୀରର ବିରୋଧୀ ନେତା ଦେଶ ବିରୋଧୀ କାର୍ଯ୍ୟରେ ଅଟକ ରହୁଛନ୍ତି ବୋଲି କହି ବିଜେପି ନେତାଙ୍କୁ ସମାଲୋଚନା କରିଛନ୍ତି।
We are not a “gang” Amit Shah ji, we are a legitimate political alliance having fought & continuing to fight elections, much to your disappointment.
— Omar Abdullah (@OmarAbdullah) November 17, 2020
ପିଡିପି ନେତା ମେହବୁବା ମୁଫତି ଟ୍ୱିଟ୍ କରି କହିଛନ୍ତି, ଲଭ୍ ଜିହାଦ, ଟୁକଡ଼େ ଟୁକଡ଼େ ଏବଂ ଏବେ ଗୁପକର ଏବେ ରାଜନୀତିର ପ୍ରସଙ୍ଗ ପାଲଟିଛି। ଏବେ ନିର୍ବାଚନ ଲଢ଼ିବା ପାଇଁ ରାଜନୀତିକ ମେଣ୍ଟ ବି ଦେଶ ବିରୋଧୀ।
BJPs propaganda is peddled day & night by pliable channels that dedicate their prime time debates to issues such as ‘love jihad, tukde tukde gang & now Gupkar alliance’.
— Mehbooba Mufti (@MehboobaMufti) November 17, 2020
The post ଗୁପକର ପ୍ରସଙ୍ଗରେ ସାମିଲ୍ ନେଇ ଶାହଙ୍କ ପ୍ରଶ୍ନର ଜବାବ ଦେଲା କଂଗ୍ରେସ appeared first on Odisha Reporter.
from Odisha Reporter https://ift.tt/3pDOPOv
No comments:
Post a Comment