ଭାରତକୁ କେବେ ମିଳିବ କରୋନା ଟିକା ? ଉତ୍ତର ଦେଲେ ସେରମ ମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 19, 2020

ଭାରତକୁ କେବେ ମିଳିବ କରୋନା ଟିକା ? ଉତ୍ତର ଦେଲେ ସେରମ ମୁଖ୍ୟ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ତିଆରି କରିଥିବା କରୋନା ଟିକା ଭାରତକୁ କେବେ ମିଳିବ, ତା’କୁ ସମସ୍ତେ ଅପେକ୍ଷା କରିଛନ୍ତି। କିଛି ରିପୋର୍ଟରେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତକୁ ଟିକା ମିଳିବ ବୋଲି କୁହାଯାଉଥିବା ବେଳେ ଆଉ କିଛି ରିପୋର୍ଟ ୨୦୨୧ ପ୍ରଥମ ଭାଗରେ ଏହା ମିଳିବ ବୋଲି କହୁଛନ୍ତି।

ଏସବୁ ଭିତରେ ଟିକାର ଉତ୍ପାଦନ ଦାୟିତ୍ୱ ନେଇଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଅଦାର ପୁନାୱାଲା ବଡ଼ ବୟାନ ଦେଇଛନ୍ତି। ୨୦୨୧ ମସିହା ଫେବୃଆରୀ ସୁଦ୍ଧା ଅକ୍ସଫୋର୍ଡ ଟିକା ଭାରତର ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଉପଲବ୍ଧ ହୋଇପାରିବ।

ସେହିପରି ସାଧାରଣ ଲୋକଙ୍କ ପାଖରେ ଏହା ଏପ୍ରିଲ ମାସ ସୁଦ୍ଧା ପହଞ୍ଚିଯିବ। ଜଣେ ବ୍ୟକ୍ତିଙ୍କୁ ଟିକାର ଦୁଇଟି ଡୋଜ୍‌ ନେବାକୁ ପଡ଼ିବ। ଏହାର ଦାମ ପ୍ରାୟ ୧ ହଜାର ଟଙ୍କା ରହିବ। ତେବେ ସବୁ କିଛି ଚୂଡ଼ାନ୍ତ ଟ୍ରାଏଲ ରିପୋର୍ଟ ଓ ପଞ୍ଜୀକରଣ ପାଇଁ ଅନୁମତି ଉପରେ ନିର୍ଭର କରେ। ସେହିପରି ସବୁ ଭାରତୀୟଙ୍କୁ ଟିକାକରଣ ପାଇଁ ୨୦୨୪ ଯାଏ ସମୟ ଲାଗିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ସବୁ ଭାରତୀୟଙ୍କୁ କରୋନା ଟିକା ଦେବା ପାଇଁ ୨ରୁ ୩ ବର୍ଷ ସମୟ ଲାଗିବ। କେବଳ ଉତ୍ପାଦନ ପାଇଁ ଏଭଳି ବିଳମ୍ବ ହେବନାହିଁ। ବରଂ ଟିକା ପାଇଁ ଆବଶ୍ୟକ ବଜେଟ, ଭିତ୍ତିଭୂମି, ପରିବହନ ଓ ଟିକାର ସଂରକ୍ଷଣ ସମୟ ସାପେକ୍ଷ। ଏଥିସହ ଲୋକମାନେ ଟିକା ନେବାକୁ ଆଗେଇ ଆସୁଛନ୍ତି କି ନାହିଁ, ତାହା ମଧ୍ୟ ବଡ଼ କଥା। ତେଣୁ ସମସ୍ତଙ୍କୁ ଟିକାକରଣ କରିବା ପାଇଁ ୨ରୁ ରୁ ୩ ବର୍ଷ ଲାଗିବ। ଏହାର ଅର୍ଥ ସଂପୂର୍ଣ୍ଣ ଟିକାକରଣ ପ୍ରକ୍ରିୟା ୨୦୨୪ ଯାଏ ଚାଲିବ ବୋଲି ସେ କହିଛନ୍ତି।

ଅକ୍ସଫୋର୍ଡ ଟିକାର ଦାମ କେତେ ରହିବ? ତା’ର ଉତ୍ତରେ ପୁନାୱାଲା କହିଛନ୍ତି, ଗୋଟିଏ ଡୋଜ୍‌ ପାଇଁ ୫ରୁ ୬ ଡଲାର ଖର୍ଚ୍ଚ ହେବ। ତେଣୁ ୨ଟି ଡୋଜ୍‌ ପାଇଁ ପ୍ରାୟ ୧୦୦୦ ଟଙ୍କା ଲାଗିବ। ତେବେ ଭାରତ ସରକାର ଟିକା ଶସ୍ତାରେ ପାଇପାରିବେ। ଟିକାର ଗୋଟିଏ ଡୋଜ୍‌ ପାଇଁ ସରକାରଙ୍କୁ ୩ରୁ ୪ ଡଲାର ଦେବାକୁ ପଡ଼ିବ। କାରଣ ସରକାର ଅଧିକ ସଂଖ୍ୟାରେ ଏହାକୁ କିଣିବାକୁ ଥିବାରୁ ଦାମ ସାମାନ୍ୟ ଶସ୍ତା ହେବ। ମାର୍କେଟରେ ମିଳୁଥିବା ସମସ୍ତ ଟିକା ତୁଳନାରେ ଆମ ଟିକାର ମୂଲ୍ୟ ଯଥେଷ୍ଟ କମ ରଖିବାକୁ ଚେଷ୍ଟା କରାଯାଉଥିବା ସେ ସୂଚନା ଦେଇଛନ୍ତି।

ବର୍ତ୍ତମାନ ଅକ୍ସଫୋର୍ଡ କରୋନା ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଭାରତ ସମେତ ଏକାଧିକ ରାଷ୍ଟ୍ରରେ ଚାଲିଛି। ପରୀକ୍ଷାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଟିକା ବୟସ୍କଙ୍କ ଉପରେ ମଧ୍ୟ ପ୍ରଭାବ ଦେଖାଇ ପାରୁଛି ଓ ସେମାନଙ୍କ ଶରୀରରେ ଆବଶ୍ୟକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଛି।

The post ଭାରତକୁ କେବେ ମିଳିବ କରୋନା ଟିକା ? ଉତ୍ତର ଦେଲେ ସେରମ ମୁଖ୍ୟ appeared first on Odisha Reporter.



from Odisha Reporter https://ift.tt/330vWvn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages