ପୁରୀରେ ପୁଲିସ୍‌ ହେପାଜତରେ ଯୁବକ ମୃତ୍ୟୁ ଘଟଣା, ଆଇଜିଙ୍କ ତଦନ୍ତ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 19, 2020

ପୁରୀରେ ପୁଲିସ୍‌ ହେପାଜତରେ ଯୁବକ ମୃତ୍ୟୁ ଘଟଣା, ଆଇଜିଙ୍କ ତଦନ୍ତ ଆରମ୍ଭ

ପୁରୀ(ଓଡ଼ିଶା ରିପୋର୍ଟର): ପୁଲିସ୍‌ ହେପାଜତରେ ପୁରୀ ବାସେଳି ସାହି ଥାନା ଅଞ୍ଚଳର କେ. ରମେଶ ନାମକ ଯୁବକଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ଗତକାଲି ପୁରୀ ସହରରେ ଦେଖାଯାଇଥିଲା ଉତ୍ତେଜନା । ଏହି ଘଟଣାକୁ ନେଇ ପୁରୀରେ ମୁହାଁମୁହିଁ ହୋଇଥିଲେ ପୁଲିସ୍‌-ପବ୍ଲିକ । ବିଭିନ୍ନ ମହଲରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ପରେ ଗତକାଲି ପୁରୀ ଯାଇ ଘଟଣାର ସମୀକ୍ଷା କରିଛନ୍ତି ଆଇଜି ଇନ୍‌ଚାର୍ଜ ଏସ୍ ପ୍ରବୀଣ କୁମାର । ପୁରୀରେ ଏସ୍‌ପି, ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବାସେଳି ସାହି ଥାନା ପୁଲିସ୍‌ ନାଁରେ ଆସିଥିବା ଅଭିଯୋଗକୁ ବୁଝିବା ସହ ଜାତୀୟ ମାନବଧିକାର କମିଶନଙ୍କ ଗାଇଡଲାଇନ୍‌କୁ ଅନୁସରଣ କରିବାକୁ କହିଛନ୍ତି ଆଇଜି ।

ପୁରୀ ବାସେଳି ସାହି ଥାନା ଅଞ୍ଚଳର କେ. ରମେଶ ନାମକ ଯୁବକଙ୍କୁ  ପୁଲିସ୍‌ ଉଠାଇ ନେଇଥିବା ବେଳେ ପରିବାର ଲୋକଙ୍କୁ ମିଳିଲା ପୁଅ ମୃତ୍ୟୁର ଖବର । ଏପରିକି ଅଧିକ ଉତ୍ତେଜନା ଆଶଙ୍କାରେ ତରବରିଆ ଭାବେ ମୃତକଙ୍କ ବାପାଙ୍କ ଉପସ୍ଥିତିରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରାଯାଇଥିଲା।  ଏହି ଖବର ପ୍ରଚାରିତ ହେବା ପରେ ଗତକାଲି ପୁରୀ ସହର ଏକ ପ୍ରକାର ଋଣକ୍ଷେତ୍ରରେ ପରିଣତ ହୋଇଥିଲା।  ପୁଲିସ୍‌- ପବ୍ଲିକ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଖଣ୍ଡ ଯୁଦ୍ଧ।

ବାସେଳିସାହି ପୁଲିସ୍‌ର ଥାର୍ଡ ଡିଗ୍ରୀ ଯୋଗୁ ରମେଶଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ସାଙ୍ଗକୁ ଧାରଣା ଦେଇଥିଲେ ସ୍ଥାନୀୟ ଲୋକେ, ସମ୍ପର୍କୀୟ।  ଜଣେ ସିଟିଂ ଜଜ୍‌ଙ୍କ ଦ୍ୱାରା ଘଟଣାର ନ୍ୟାୟିକ ତଦନ୍ତ ଦାବି କରି ଦାବିପତ୍ର ଦେଇଛି ବାର ଆସୋସିଏସନ୍ । ତାସହ ଆଇଆଇସିଙ୍କ ନାଁରେ ୩୦୨ ଦଫାରେ ମାମଲା ରୁଜୁ ଦାବି କରିଛି ।

ସେପଟେ ଏକ ପ୍ରେସ୍‌ ମିଟରେ ପୁରୀ ଏସ୍‌ପି କହିଛନ୍ତି, ମୃତ ରମେଶ ବୁଧବାର ରାତିରେ  ମାରଣାସ୍ତ୍ର ଧରି ବୁଲୁଥିବା ଖବର ଥିଲା । ତାଙ୍କୁ ଧରିବାବେଳେ ପୁଲିସ୍‌ ସହ ଧସ୍ତାଧସ୍ତି ହୋଇଥିଲା । ସେଥିରେ ତାର ମୃତ୍ୟୁ ହେବା ସହ କିଛି ପୁଲିସ୍‌ ମଧ୍ୟ ଆହତ ହୋଇଛନ୍ତି । ଏ ସମ୍ପର୍କରେ ଦଫା ୩୦୭ରେ ଥାନାରେ ଏକ ମାମଲା ରୁଜୁ ହୋଇଛି । NHRCର ଗାଇଡଲାଇନ ଅନୁସାରେ ପୁରା ଘଟଣାର ତଦନ୍ତ ହେବ ବୋଲି ଏସ୍‌ପି କହିଛନ୍ତି।

The post ପୁରୀରେ ପୁଲିସ୍‌ ହେପାଜତରେ ଯୁବକ ମୃତ୍ୟୁ ଘଟଣା, ଆଇଜିଙ୍କ ତଦନ୍ତ ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/38Yidcl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages