ନୂଆଦିଲ୍ଲୀ: କ୍ରମାଗତ ଭାବେ ସୀମା ଲଙ୍ଘି ଚାଲିଛି ପାକିସ୍ତାନ। ପୂର୍ବରୁ ସେନା ଆଉଟ ପୋଷ୍ଟକୁ ଟାର୍ଗେଟ କରୁଥିବା ପାକିସ୍ତାନ ଏବେ ସୀମାନ୍ତ ଗାଁଗୁଡ଼ିକ ଉପରେ ଆକ୍ରମଣ କରିବା ଆରମ୍ଭ କରିଛି। ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି କଠୁଆ ଓ ରଜୌରୀ ଜିଲ୍ଲାରେ ଥିବା ଅନ୍ତର୍ଜାତୀୟ ସୀମା ଓ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଗୁଳିମାଡ଼ କରିଛି। ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଛି।
ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ସେନା ପକ୍ଷରୁ ସ୍ୱଂୟଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ସେନା ପୋଷ୍ଟକୁ ଟାର୍ଗେଟ କରାଯାଇଥିଲା। କିଛି ସମୟ ପରେ ସୀମାନ୍ତ ଗାଁ ଉପରକୁ ମଧ୍ୟ ପାକିସ୍ତାନ ମୋର୍ଟାର ମାଡ଼ କରିଥିଲା। ପାକିସ୍ତାନର ଏହି ହରକତର କଡ଼ା ଜବାବ ଭାରତ ମଧ୍ୟ ଦେଇଥିଲା। ତେବେ ଏହି ଗୁଳି ବିନିମୟରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
ଶନିବାର ପାକିସ୍ତାନ ସେନା ରଜୌରୀ ଓ ପୁଞ୍ଚରେ ଗୁଳିମାଡ଼ କରିଥିଲା। ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ।
The post ସୀମାନ୍ତ ଗାଁ ଓ ସେନା ପୋଷ୍ଟକୁ ଟାର୍ଗେଟ କରି ଗୁଳିମାଡ଼ କଲା ପାକିସ୍ତାନ appeared first on Odisha Reporter.
from Odisha Reporter https://ift.tt/2J39z1e
No comments:
Post a Comment