ମୋହନା(ଓଡ଼ିଶା ରିପୋର୍ଟର): ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟିରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଟ୍ରକ ଡ୍ରାଇଭର ଆହତ ହୋଇଥିବା ବେଳେ ହେଲପରଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବକ, ଗତକାଲି ରାତିରେ ଏକ ମକା ବୋଝେଇ ଟ୍ରକ ଚନ୍ଦ୍ରଗିରି ଅଞ୍ଚଳରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ରାସ୍ତାର ୩୦ ଫୁଟ ତଳକୁ ଖସି ପଡିଥିଲା। ଫଳରେ ଘଟଣାସ୍ଥଳରେ ହେଲପରଙ୍କୁ ମୃତ୍ୟୁ ହୋଇଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଗୁରୁତରଙ୍କୁ ହସ୍ପିଟଲରେ ଭର୍ତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଛି।
The post ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ appeared first on Odisha Reporter.
from Odisha Reporter https://ift.tt/39aqTMS
No comments:
Post a Comment