ଆଜି ଛାଡ଼ଖାଇ, ମଙ୍ଗଳବାର ଯୋଗୁ ବେପାର ମାନ୍ଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 30, 2020

ଆଜି ଛାଡ଼ଖାଇ, ମଙ୍ଗଳବାର ଯୋଗୁ ବେପାର ମାନ୍ଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଛାଡ଼ଖାଇ। ଧର୍ମ ମାସ  କାର୍ତ୍ତିକ ପାଇଁ ପୂରାପୂରି ମାସ ସାରା  ନିରାମିଷ ଭୋଜନ ଖାଇବା ପରେ ଏହି ଦିନକୁ ବେଶ୍‌ ଆଗ୍ରହର ସହ ଅପେକ୍ଷା କରିଥାନ୍ତି ଲୋକେ। ପାଟିର ଅରୁଚିକୁ ଛଡ଼ାଇବା ସହ ମନ ପସନ୍ଦର ଆମିଷ ନେଇ ପରିବାର ଲୋକଙ୍କ ସହ ଖାଇବାର ମଜା ମଧ୍ୟ ନିଆରା।

ହେଲେ ଏଥର ଛାଡ଼ଖାଇ ମଙ୍ଗଳବାର ପଡ଼ୁଥିବାରୁ ପାଣି ଫୋଟକା ପରି ମିଳାଇ ଯାଇଛି ସବୁ ମଜା । ଅପେକ୍ଷା ଆସନ୍ତା କାଲିକୁ। ମଙ୍ଗଳବାରରେ ଛାଡଖାଇ ପଡିଥିବାରୁ ମାଛ ମାର୍କେଟରେ ବିଶେଷ ଭିଡ଼ ଜମିନାହିଁ।

ବେପାରୀମାନେ ମଧ୍ୟ ଆଜି ହାତ ଟେକି ବସିଥିବା ବେଳେ ଆସନ୍ତାକାଲି ଭିଡ଼ ଜମିବ ବୋଲି ଆଶା ରଖିଛନ୍ତି। ବହୁ ବ୍ୟବସାୟୀ ଆଜି ମଧ୍ୟ ପସରା ମେଲାଇ ଭଳିକି ଭଳି ମାଛ ସହ  କଙ୍କଡା, ଚିଙ୍ଗୁଡି ସଜାଡ଼ଇ ରଖିଛନ୍ତି। ହେଲେ ଆଶା ଅନୁଯାୟୀ ଗରାଖ ଆସୁ ନ ଥିବାରୁ ସେମାନେ ମନ ଊଣା କରିଥିବା ବେଳେ କାଲି ଭଲ ବେପାର ଜମିବ ବୋଲି ମଧ୍ୟ କହୁଛନ୍ତି।

The post ଆଜି ଛାଡ଼ଖାଇ, ମଙ୍ଗଳବାର ଯୋଗୁ ବେପାର ମାନ୍ଦା appeared first on Odisha Reporter.



from Odisha Reporter https://ift.tt/3qdGLUZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages