ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ପିଲାମାନଙ୍କ ପାଠପଢ଼ା ଅଧିକ ପ୍ରଭାବିତ ହୋଇଛି। କରୋନା ଯୋଗୁ ଏବେ ଦେଶରେ ଅଧିକାଂଶ ରାଜ୍ୟରେ ସ୍କୁଲ୍ ବନ୍ଦ ରହିଛି। କିଛି ରାଜ୍ୟରେ ସ୍କୁଲ ଖୋଲିଥିଲେ ହେଁ, ପରବର୍ତ୍ତୀ ସମୟରେ ଏହାକୁ ବନ୍ଦ ମଧ୍ୟ କରାଯାଇଛି। ଏହିକ୍ରମରେ ଚଳିତ ବର୍ଷ ଆଉ ସ୍କୁଲ୍ ଖୋଲିବା ସମ୍ଭବପର ଲାଗୁନାହିଁ। କିନ୍ତୁ ଜାନୁଆରୀ ୧ ତାରିଖରୁ ଅଧିକାଂଶ ରାଜ୍ୟରେ ସ୍କୁଲ୍ ଖୋଲିବାକୁ ଅନୁମତି ମିଳିପାରେ। ଆସାମ ସରକାର ଜାନୁଆରୀ ୧ ତାରିଖରୁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛି।
ରାଜ୍ୟର ସ୍ୱାସ୍ଥ୍ୟ ଓ ଶିକ୍ଷା ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ରାଜ୍ୟରେ ଏବେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ଅଛି। ତେଣୁ ରାଜ୍ୟରେ ଜାନୁଆରୀ ୧ ତାରିଖରୁ ପ୍ରାଥମିକ ସ୍କୁଲ୍ ଖୋଲିବ। ଆମେ କଲେଜ ହଷ୍ଟେଲ ଗୁଡ଼ିକୁ କିଛି କଟକଣା ସହ ଡିସେମ୍ବର ୧୫ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନେଇଛୁ।
ସୂଚନାଯୋଗ୍ୟ, ଆସାମରେ ନଭେମ୍ବରରୁ ହିଁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବା ଆରମ୍ଭ ହୋଇଥିଲା। ଷଷ୍ଠ, ସପ୍ତମ, ନବମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କର କ୍ଲାସ୍ ସୋମବାର, ବୁଧବାର ଓ ଶୁକ୍ରବାର ହେଉଥିବା ବେଳେ ଅଷ୍ଟମ, ଦଶମ ଓ ଏକାଦଶ ଶ୍ରେଣୀର କ୍ଲାସ୍ ମଙ୍ଗଳବାର, ଗୁରୁବାର ଓ ଶନିବାର ହେଉଥିଲା।
କରୋନା ମାମଲା ବଢ଼ିବାରୁ ଉତ୍ତରାଖଣ୍ଡ, ହରିୟାଣା, କର୍ଣ୍ଣାଟକ ଆଦି ରାଜ୍ୟରେ ସ୍କୁଲକୁ ବନ୍ଦ କରିଦିଆଯାଇଛି। ତେବେ ଏହି ରାଜ୍ୟଗୁଡ଼ିକରେ ପୁଣିଥରେ ସ୍କୁଲ୍ କେବେ ଖୋଲିବ, ସେ ନେଇ ନିଷ୍ପତ୍ତି ନିଆଯାଇନାହିଁ। ଅନ୍ୟପକ୍ଷରେ କରୋନା ନିୟନ୍ତ୍ରଣ ହେବା ପରେ ମହାରାଷ୍ଟ୍ରରେ ନଭେମ୍ବର ୨୩ ତାରିଖରୁ ସ୍କୁଲ୍ ଖୋଲିଦିଆଯାଇଛି।
ଦେଶର କିଛି ରାଜ୍ୟରେ କରୋନାର ୨ୟ ପ୍ରକୋପ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଅଧିକାଂଶ ସ୍କୁଲ୍ ପିଲା ଅନଲାଇନରେ ପାଠ ପଢ଼ୁଛନ୍ତି। ଏଭଳି ସ୍ଥିତିରେ ଯେପର୍ଯ୍ୟନ୍ତ କରୋନା ଟିକା ନଆସିଛି, ସେଯାଏ ସ୍କୁଲ୍ ପୂର୍ବଭଳି ଖୋଲିବ ନାହିଁ।
The post ଜାନୁଆରୀ ୧ରୁ ଖୋଲିବ ସ୍କୁଲ appeared first on Odisha Reporter.
from Odisha Reporter https://ift.tt/3qdEuJn
No comments:
Post a Comment