ପରୀ ପାଇଁ କଥାଟିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 29, 2020

ପରୀ ପାଇଁ କଥାଟିଏ

  • ମଧୁଲିତା ପରିଡ଼ା

ପରି ପାଇଁ କଥାଟିଏ। ଦିନେ ଏହି ସ୍ଲୋଗାନ ଦେଇଥିଲେ ନିଜେ ଓଡ଼ିଶା ସରକାର। କିନ୍ତୁ ଉଦବେଗର ବିଷୟ ହେଲା, ଏ ସରକାର ସେହି ପରୀ ନିଆଁରେ ଏବେ ଜଳିବାକୁ ଯାଉଛନ୍ତି। ଓଡ଼ିଶା ସରକାର ‘ୟୁନିସେଫ୍’ ସହ ମିଶି, ସାରା ଓଡ଼ିଶାରେ ୨୦୧୮ ମସିହା ମେ ୨୮ରୁ ଜୁନ ୧୫ ପର୍ଯ୍ୟନ୍ତ ଏହି ଯୋଜନାରେ ପ୍ରଚାର ପ୍ରସାର କରିଥିଲେ। ଉଦ୍ଦେଶ୍ୟ ଥିଲା, ଛୋଟ ଝିଅମାନଙ୍କ ବିରୋଧରେ ହେଉଥିବା ଯୌନ ଶୋଷଣକୁ ପ୍ରତିହତ କରିବା। ଏଥିପାଇଁ ୧୫ଟି ରଥ ତିଆରି ହୋଇ ସାରା ରାଜ୍ୟ ପରିଭ୍ରମଣ କରିଥିଲା। ଏହି ରଥକୁ ପୁଣି ଆମ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହାର ଉଦେଶ୍ୟ ଥିଲା ନାବାଳିକା ଦୁଷ୍କର୍ମ କିପରି ରୋକାଯାଇ ପାରିବ। ଛୋଟ ଝିଅଟି କିପରି ସୁରକ୍ଷିତ ଭାବେ ବଢ଼ି ପାରିବ।

ଏବେ ପ୍ରଶ୍ନ ଉଠୁଛି, ସରକାରଙ୍କ ଯୋଜନା ଓ ପ୍ରଶାସନର ବାସ୍ତବ ସ୍ଥିତି ଏତେ ବିପରୀତଧର୍ମୀ କେମିତି? ବେଳେବେଳେ ମନେହୁଏ, ଯୋଜନା ମାଧ୍ୟମରେ ସରକାର ଝିଅକୁ ସୁରକ୍ଷା ପ୍ରଦାନ କମ୍ କରୁଛନ୍ତି, ବରଂ ଯୋଜନା ଆଳରେ ଭୋଟ ଆପଣାଇବା ଉଦ୍ଦେଶ୍ୟ ବେଶୀ। କାରଣ ଏଠି ଜଳଜଳ ଦେଖାଯାଉଛି ସରକାରଙ୍କ ମାନସିକତା ଓ ମନୋବୃତ୍ତି। ଦୈନିକ ଖବରକାରଜ ପୃଷ୍ଠାରେ, ଟିଭି ପରଦାରେ ଝିଅମାନଙ୍କ ପ୍ରତି ବୃଦ୍ଧି ପାଉଥିବା ଆକ୍ରୋଶର ଖବର ଆସୁଛି। ସରକାର ଯଦି ବାସ୍ତବରେ ଝିଅଙ୍କ ସୁରକ୍ଷା ପ୍ରତି ଚିନ୍ତିତ ଥାଆନ୍ତେ, ତେବେ କିଛି ମାତ୍ରାରେ ତ ଏ ସବୁ ଘଟଣା କମିଥାନ୍ତା? ପୁଣି କିଛି କିଛି ଘଟଣାରେ ସରକାରୀ ଲୋକଙ୍କ ସଂପୃକ୍ତି ଏ ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ସରକାର କୁନି ଝିଅଙ୍କ ସୁରକ୍ଷା  ପାଇଁ ‘ପରୀ’ ଯୋଜନା ଆରମ୍ଭ କରିଥିଲେ। ସଂଯୋଗ ଦେଖନ୍ତୁ, ଆଜି ଯେଉଁ କୁନିଝିଅଟି ପାଇଁ ସାରା ଓଡ଼ିଶା ଉଠୁଚି ପଡୁଛି, ତା ନାଁ’ଟି ମଧ୍ୟ ପରୀ। ଆମେ ଯେଉଁ ପରୀ ପାଇଁ ଦିନେ ‘ପରୀ ପାଇଁ କଥାଟିଏ’ର ରଥ ଗଡ଼ାଇଥିଲେ, ସେହି ପରି ଆଜି ଅସୁରକ୍ଷିତ। ତାକୁ ଗାଁ ଦାଣ୍ଡରୁ ଅପହରଣ କରାଯାଇଥିଲା ଓ ହତ୍ୟା କରିଥିଲେ କେହି ଦୁର୍ବୃତ୍ତ। କିଛିଦିନ ପରେ ତା ଦେହାବଶେଷ ମିଳିଥିଲା। ଅଭିଯୋଗ ଆସୁଛି ଯେଉଁ ବ୍ୟକ୍ତି ବିରୋଧରେ, ସେ ସରକାରୀ ବ୍ୟବସ୍ଥାର ଏକ ଅଙ୍ଗ। ତାଙ୍କୁ ଯିଏ ସୁରକ୍ଷା ଦେଉଥିବା ଅଭିଯୋଗ ଆସିଛି, ସେ ନିଜେ ସରକାର ବୋଲି କହିଲେ ଅତ୍ୟକ୍ତି ହେବନାହିଁ। ସେଇଥିପାଇଁ ଲାଗୁଛି, ଏଠି ‘ସରକାରୀ ଯୋଜନା’ କେବଳ ଏକ ପ୍ରହସନ। ଏ ସରକାର କେବଳ ଏକ ‘ଯୋଜନା’ ସର୍ବସ୍ୱ ସରକାର। ଯୋଜନା ଅଧିକ କାମ କମ୍।

ଏଠି ଆଉ ଏକ ପ୍ରଶ୍ନ ମଧ୍ୟ ମନକୁ ଆସୁଛି। ଏ ଯୋଜନାଟି ପୋଲିସ ବିଭାଗ ହିଁ ଆରମ୍ଭ କରିଥିଲା। କିନ୍ତୁ ଆଜି ଯେଉଁ ପରୀର ସୁରକ୍ଷା କଥା ଉଠୁଛି, ସେହି ପୋଲିସ୍ ବିଭାଗ ହିଁ ତାକୁ ସୁରକ୍ଷା ଦେବାରେ ଢିଲା କରିଥିବା ଅଭିଯୋଗ ଆସିଛି। ପୋଲିସ ତ ତାକୁ ସୁରକ୍ଷା ଦେଇପାରିଲାନି, ବରଂ ପରବର୍ତ୍ତୀ ସମୟରେ ସମଗ୍ର ଘଟଣାଟିକୁ ଅତି ହାଲୁକା ମନୋଭାବରେ ଗ୍ରହଣ କଲା, ତେଣୁ ପୋଲିସ୍ ହିଁ କଥାଟିକୁ ଚାପି ଦେବାକୁ ଉଦ୍ୟମ କଲା ବୋଲି ପ୍ରଶ୍ନ ଉଠୁଛି। ହଠାତ୍ ପୋଲିସ ଏତେ ଅପାରଗ ହୋଇପଡ଼ିଲା କେମିତି? ନା, ପୋଲିସ୍ କାହା ଚାପରେ କାମ କଲା? ୨୦ ବର୍ଷର ସ୍ଥିର ସରକାର, ମହିଳା ଓ ଶିଶୁଙ୍କ ପାଇଁ ବହୁ ଯୋଜନା କରିଛି, କିନ୍ତୁ ସେସବୁ କାଗଜପତ୍ରରେ ସୀମିତ ଥିଲା ପରି ମନେହେଉଛି।

ରାଜଧାନୀଠାରୁ ଦୂରରେ ଥିବା ଲୋକମାନେ, ସ୍ଥାନୀୟ ପୋଲିସ୍ ପ୍ରଶାସନ ଉପରୁ ଆସ୍ଥା ଫେରେଇ ନେଇଛନ୍ତି। ଇଏ କେବଳ ଗୋଟିଏ କଥା ନୁହେଁ, ଅନେକ ଘଟଣାରେ ସରକାରଙ୍କ ପ୍ରତିନିଧିମାନେ ଏବଂ ପୋଲିସ୍ ପ୍ରଶାସନ ମିଳିତ ଭାବରେ ଲୋକଙ୍କ ସ୍ୱର ଚାପିବାକୁ ଉଦ୍ୟମ କରିଛନ୍ତି। ସେଥିପାଇଁ ନୟାଗଡ଼ ଜିଲ୍ଲାରୁ ଆସି ପରୀର ମା ଓ ବାପା ବିଧାନସଭା ଆଗରେ ଆତ୍ମହୁତି ଉଦ୍ୟମ କଲେ। ଆଉ ଏହାପରେ ହିଁ ସମଗ୍ର ଘଟଣା ପଦାକୁ ଆସିଲା। ନହେଲେ ପରୀ ଘଟଣା ସବୁଦିନ ପାଇଁ ଲୋକଲୋଚନରୁ ଲୁଚି ଯାଇଥାନ୍ତା। ଏମିତି କାହିଁକି ହେଲା? କାହିଁକି ସାଧାରଣ ଲୋକ ଦୁଇଜଣ ରାଜଧାନୀ ଦଉଡ଼ି ଆସିଲେ? କାରଣ ସେମାନେ ସ୍ଥାନୀୟ ପୋଲିସଠାରୁ ନ୍ୟାୟ ପାଇଲେ ନାହିଁ।

ଲାଗୁଛି, ଧୀରେ ଧୀରେ ଏମିତି ଆତ୍ମାହୁତି ଉଦ୍ୟମ ବୃଦ୍ଧି ପାଇବ। ସରକାର ଏହାକୁ ଚପାଇ ପାରିବେ ତ? କାରଣ ତଳ ସ୍ତରରେ ପ୍ରଶାସନ ନାହିଁ ବୋଲି କହିଲେ ଚଳେ। ନେତାଙ୍କ ଦ୍ୱାରା ଆଉ ଶାସନ ଚାଲୁନି, ଚାଲୁଛି ଅଫିସରଙ୍କ ଦ୍ୱାରା। ଧୀରେ ଧୀରେ ସେଇ ଅଫିସରମାନଙ୍କ ଦ୍ୱାରା ହିଁ ରାଜ୍ୟରେ ଅରାଜକତା ବ୍ୟାପିବା ଆରମ୍ଭ କରିବ। ସରକାର ଏହାର ଉତ୍ତର ଦେବେ ତ?

ଫୋନ୍- ୯୪୩୭୧୩୨୯୬୩

The post ପରୀ ପାଇଁ କଥାଟିଏ appeared first on Odisha Reporter.



from Odisha Reporter https://ift.tt/2VdJeAF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages