କାର୍‌- ଡମ୍ଫର ମୁହାଁମୁହିଁ ଧକ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 4, 2020

କାର୍‌- ଡମ୍ଫର ମୁହାଁମୁହିଁ ଧକ୍କା

କଟକ(ଓଡ଼ିଶା ରିପୋର୍ଟର): କଟକ ତ୍ରିଶୁଳିଆ ନେତାଜୀ ସେତୁ ଉପରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଯାଇଛି । କଟକରୁ ଭୁବନେଶ୍ୱର ଯାଉଥିବା ଏକ ଡମ୍ଫର ସହ ବାରଙ୍ଗରୁ କଟକ ଆସୁଥିବା ଏକ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ କାର୍‌ ଚାଳକ ବହୁ ସମୟ ପର୍ଯ୍ୟନ୍ତ ଚାପି ହୋଇ ଗୁରୁତର ହୋଇଛନ୍ତି।

ଖବର ପାଇ କଟକ ଓ ବାରଙ୍ଗରୁ ଦୁଇଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା। କାରର କିଛି ଅଂଶ ଡମ୍ଫର ଭିତରେ ପଶିଯାଇଥିବାରୁୁ ଉଭୟ ଗାଡିର କିଛି ଅଂଶକୁ କାଟି ଅଲଗା କରାଯାଇଥିଲା। ପରେ ଆହତ ଗାଡି ଚାଳକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା।

The post କାର୍‌- ଡମ୍ଫର ମୁହାଁମୁହିଁ ଧକ୍କା appeared first on Odisha Reporter.



from Odisha Reporter https://ift.tt/2HZgesV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages