୧୪ ଦିନର ବିଚାର ବିଭାଗୀୟ ହାଜତକୁ ଗଲେ ଅର୍ଣ୍ଣବ ଗୋସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 4, 2020

୧୪ ଦିନର ବିଚାର ବିଭାଗୀୟ ହାଜତକୁ ଗଲେ ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବାଇ: ରିପବ୍ଲିକ୍ ମିଡିଆ ନେଟୱର୍କର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅଲିବାଗର ଏକ ସ୍ଥାନୀୟ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଣ୍ଣବଙ୍କ ସହ ଆଉ ଦୁଇଜଣଙ୍କୁ ମଧ୍ୟ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ତେବେ ପୁଲିସ୍ ଅର୍ଣ୍ଣବଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିଲେ, ଯାହାକୁ କୋର୍ଟ ପୁଲିସର ଏହି ଅନୁରୋଧକୁ ଖାରଜ କରିଦେଇଥିଲେ। ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଏକ କୋର୍ଟରେ ସେମାନଙ୍କୁ ହାଜର କରାଯାଇଥିଲା।

ଅନ୍ୟପକ୍ଷରେ ଜାମିନ ପାଇଁ ଅର୍ଣ୍ଣବଙ୍କ ଓକିଲ ପକ୍ଷରୁ ହୋଇଥିବା ଆବେଦନର ଆଜି ଶୁଣାଣି ହୋଇପାରେ। ସେପଟେ ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ, ତାଙ୍କ ପତ୍ନୀ ଓ ଆଉ ଦୁଇ ଜଣଙ୍କ ନାଁରେ ମୁମ୍ବାଇ ପୁଲିସ ଆଉ ଏକ ମାମଲା ରୁଜୁ କରିଛି। ଅର୍ଣ୍ଣବଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ଏମାନେ ସମସ୍ତେ ମିଶି ବାଧାସୃଷ୍ଟି କରିଥିବା ଏତଲାରେ ଦର୍ଶାଯାଇଛି।

ଗତକାଲି ମୁମ୍ବାଇ ଓ ରାୟଗଡ଼ ପୋଲିସର ମିଳିତ ଟିମ୍ ଅର୍ଣ୍ଣବଙ୍କ ମୁମ୍ବାଇ ଲୋୟର ପରେଲ ସ୍ଥିତ ଘରେ ପଶି ଜୋରଜବରଦସ୍ତ ତାଙ୍କୁ ଗିରଫ କରିଥିଲେ। କୋର୍ଟ କି ଅନ୍ୟ ଆଇନଗତ କାଗଜପତ୍ର ଦେଖାଇନଥିଲା ପୁଲିସ୍ ଟିମ୍। ଏପରିକି ତାଙ୍କ ଘରେ ତାଙ୍କୁ ଜବରଦସ୍ତି ଟଣା ଓଟରା କରିଥିଲା ପୁଲିସ। ପରେ ଜୋରଜବରଦସ୍ତ ଭ୍ୟାନରେ ନିଆଯାଇଥିଲା।

The post ୧୪ ଦିନର ବିଚାର ବିଭାଗୀୟ ହାଜତକୁ ଗଲେ ଅର୍ଣ୍ଣବ ଗୋସ୍ୱାମୀ appeared first on Odisha Reporter.



from Odisha Reporter https://ift.tt/3lbyNbS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages