ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ସକାଳୁ ଶିବସେନା ବିଧାୟକ ପ୍ରତାପ ସରନାଏକଙ୍କ ବାସଭବନ ଓ ଅଫିସରେ ଅତର୍କିତ ଭାବେ ରେଡ୍ କରିଛି। ଗୋଟିଏ ମନିଲଣ୍ଡରିଂ କେସ୍ରେ ପ୍ରତାପଙ୍କ ସଂପୃକ୍ତି ଥିବା ଅଭିଯୋଗରେ ତାଙ୍କର ଏକାଧିକ ଠିକଣାରେ ରେଡ୍ ହୋଇଥିବା ଜଣାପଡ଼ିଛି। ତେବେ ଇଡି କିମ୍ବା ପ୍ରତାପଙ୍କ ପକ୍ଷରୁ କାହିଁକି ରେଡ୍ କରାଯାଇଛି, ସେ ବିଷୟରେ କୌଣସି ସୂଚନା ଦିଅଆଯାଇ ନାହିଁ।
ଥାନେ ଅନ୍ତର୍ଗତ ଓଭାଲା-ମାଜିୱାଦା ନିର୍ବାଚନମଣ୍ଡଳୀର ବିଧାୟକ ହେଉଛନ୍ତି ପ୍ରତାପ। ନିକଟରେ ସେ ବଲିଉଡ ଅଭିନେତା କଙ୍ଗନା ରାଣାୱତଙ୍କୁ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ଦାବି କରିଥିଲେ। କଙ୍ଗନା ମୁମ୍ବାଇକୁ ପାକିସ୍ତାନ ସହ ତୁଳନା କରିଥିବାରୁ ପ୍ରତାପ ଏଭଳି ଦାବି କରି ଚର୍ଚ୍ଚାକୁ ଆସିଥିଲେ। ଆଜି ସକାଳୁ ଆରମ୍ଭ ହୋଇଥିବା ରେଡ୍ ଏବେ ବି ଜାରି ରହିଛି। ତେଣୁ ରିପୋର୍ଟ ଲେଖା ହେବା ବେଳକୁ ରେଡ୍ରୁ କ’ଣ ସବୁ ମିଳିଛି, ତା’ର ତଥ୍ୟ ମିଳିପାରିନାହିଁ।
The post ଇଡି ପଞ୍ଝାରେ ଶିବସେନା ବିଧାୟକ, ଘର ଓ ଅଫିସରେ ରେଡ୍ appeared first on Odisha Reporter.
from Odisha Reporter https://ift.tt/3m3tfRe
No comments:
Post a Comment