ନୂଆଦିଲ୍ଲୀ: ଦିଲ୍ଲୀ ନିର୍ଭୟା କାଣ୍ଡକୁ ନେଇ ଆଧାରିତ ୱେବ୍ ସିରିଜ୍ ‘ଦିଲ୍ଲୀ କ୍ରାଇମ୍’କୁ ଅନ୍ତର୍ଜାତୀୟ ସ୍ତରରେ ମିଳିଛି ବଡ଼ ସଫଳତା। ୪୮ତମ ଅନ୍ତର୍ଜାତୀୟ ଏମି ଆୱାର୍ଡ୍ସରେ ‘ଦିଲ୍ଲୀ କ୍ରାଇମ୍’ ଶ୍ରେଷ୍ଠ ଡ୍ରାମା ସିରିଜ୍ ପୁରସ୍କାର ହାସଲ କରିଛି। ଜର୍ମାନୀର ଚାରିଟେ-୨ ସିଜନ୍-୨, ୟୁକେର କ୍ରିମିନାଲ୍ ୟୁକେ ଓ ଆର୍ଜେଣ୍ଟିନାର ଏଲ୍ ଜାର୍ଡିନ୍ ଡି’ ବ୍ରୋନ୍ସ ଆଦି ୱେବ ସିରିଜକୁ ପଛରେ ପକାଇ ‘ଦିଲ୍ଲୀ କ୍ରାଇମ୍’ ଏହି ସଫଳତା ହାତେଇଛି।
OMGGGGGGGGGGGG OMGGGGGGGGGGGG OMGGGGGGGGGGGG#DelhiCrime@_AdilHussain @rajeshtailang @NetflixIndia @KaplanAaron @RasikaDugal @RichieMehta @TulseaTalent @CastingChhabra @GoldenKaravan pic.twitter.com/aNYaBZ0kao
— Shefali Shah (@ShefaliShah_) November 23, 2020
ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ଏହି ୱେବ୍ ସିରିଜରେ ଶେଫାଳୀ ଶାହ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଦିଲ୍ଲୀ କ୍ରାଇମକୁ ଏତେ ବଡ଼ ସଫଳତା ମିଳିଥିବାରୁ ଶେଫାଳି ଟୁଇଟ୍ କରି ନିଜ ଖୁସି ଜାହିର୍ କରିଛନ୍ତ। ସେ ସାଥୀ କଳାକାରଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ତାଙ୍କ ଅଭିନୀତ ଏହି ୱେବ ସିରିଜକୁ ଏମି ପୁରସ୍କାର ମିଳିବା ବିଶ୍ୱାସ ହେଉନି। ୨୦୧୨ରେ ରାଜଧାନୀ ଦିଲ୍ଲୀରେ ଘଟିଥିବା ନିର୍ଭୟା କାଣ୍ଡ ଉପରେ ଆଧାରିତ ‘ଦିଲ୍ଲୀ କ୍ରାଇମ୍’ ୱେବ୍ ସିରିଜକୁ ଖୁବ୍ ପ୍ରଶଂସା ମିଳିଥିଲା। ଏହି ୱେବ୍ ସିରିଜରେ ପୁଲିସକୁ ତଦନ୍ତକୁ ନିଖୁଣତାର ସହ ପରିବେଷିତ କରାଯାଇଥିଲା।
କରୋନା ମହାମାରୀ କାରଣରୁ ୪୮ ବର୍ଷରେ ପ୍ରଥମଥର ଏମି ପୁରସ୍କାର ଭର୍ଚୁଆଲରେ ଆୟୋଜିତ କରାଯାଇଛି ଏବଂ ୱେବସାଇଟରେ ବିଜେତାଙ୍କ ତାଲିକା ଜାରି କରାଯାଇଛି। ଆମାଜନ୍ ପ୍ରାଇମରେ ରିଲିଜ୍ ହୋଇଥିବା ଭିଡିଓ ‘ଫୋର୍ ମୋର୍ ସଟ୍ସ ପ୍ଲିଜ୍ ଶ୍ରେଷ୍ଠ କମେଡି ସିରିଜ୍ ପାଇଁ ମନୋନୀତ ହୋଇଥିଲା। କିନ୍ତୁ ଏହି ୱେବସିରିଜ ପୁରସ୍କାର ଦୌଡ଼ରୁ ବାଦ୍ ପଡ଼ିଛି। ତେବେ ଏହି ୱେବ୍ ସିରିଜରେ ଅଭିନୟ କରିଥିବା ଅର୍ଜୁନ ମାଥୁରଙ୍କୁ ଶ୍ରେଷ୍ଠ ଅଭିନେତା ପାଇଁ ମନୋନୀତ କରାଯାଇଥିଲେ ହେଁ, ତାଙ୍କୁ ନିରାଶ ହେବାକୁ ପଡ଼ିଛି।
ପୁରସ୍କାର ବିଜେତା ତାଲିକା
ଶ୍ରେଷ୍ଠ ଡ୍ରାମା ସିରିଜ୍: ଦିଲ୍ଲୀ କ୍ରାଇମ୍
ଶ୍ରେଷ୍ଠ କମେଡି ସିରିଜ୍: ନିଙ୍ଗୁଏମ୍ ତା ଓଲ୍ଲାଣ୍ଡୋ
ଶ୍ରେଷ୍ଠ ଅଭିନେତ୍ରୀ: ଗ୍ଲେଣ୍ଡା ଜ୍ୟାକସନ୍ (ଏଲିଜାବେଥ୍ ଇଜ୍ ମିସିଙ୍ଗ୍)
ଶ୍ରେଷ୍ଠ ଅଭିନେତା: ବିଲ୍ଲୀ ବାରାଟ୍ଟ (ରେସପନ୍ସିବଲ୍ ଚାଇଲ୍ଡ)
ଶ୍ରେଷ୍ଠ ଟିଭି ମୁଭି: ରେସପନ୍ସିବଲ୍ ଚାଇଲ୍ଡ
ଶ୍ରେଷ୍ଠ ଶର୍ଟ-ଫର୍ମ ସିରିଜ୍: ମାର୍ଟିସଡେଡ୍
ଶ୍ରେଷ୍ଠ ଡକ୍ୟୁମେଣ୍ଟ୍ରୀ: ଫର୍ ସାମା
ଶ୍ରେଷ୍ଠ ଆର୍ଟ୍ସ ପ୍ରୋଗ୍ରାମିଙ୍ଗ୍: ଭର୍ଟିଜ୍ ଡି ଲା ଚୁଟେ (ରେସାକା)
The post ‘ଦିଲ୍ଲୀ କ୍ରାଇମ’କୁ ମିଳିଲା ଇଣ୍ଟରନ୍ୟାଶନାଲ୍ ଏମି ଆୱାର୍ଡ appeared first on Odisha Reporter.
from Odisha Reporter https://ift.tt/3pPo2ii
No comments:
Post a Comment