ନୂଆଦିଲ୍ଲୀ: ବିଶ୍ୱ ଏବେ କରୋନା ମହାମାରୀ ଦେଇ ଗତି କରୁଛି। ଏଥିପାଇଁ ଭାରତ, ଫ୍ରାନ୍ସ, ବ୍ରିଟେନ୍ ଆମେରିକା ଭଳି ଅନେକ ଦେଶର ଅର୍ଥନୀତି ଖରାପ ରହିଛି। ହେଲେ ଏହାରି ଭିତରେ ଭାରତ ପାଇଁ ଏକ ଭଲ ଖବର ଆସିଛି। ଏକ ରିପୋର୍ଟ ଅନୁଯାୟୀ ଦେଶର ଅର୍ଥନୀତି ଏବେ ଉପରମୁହାଁ ରହିଛି। ଏମିତିକି ବିଦେଶୀ ପୋର୍ଟଫୋଲିଓ ନିବେଶକ (FPI) ମଧ୍ୟ ଭାରତୀୟ ବଜାରକୁ ଗୁରୁତ୍ୱ ଦେଉଛନ୍ତି। ଅନେକ ବିଦେଶୀ ନିବେଶକାରୀ ମଧ୍ୟ ଭାରତରେ ନିବେଶ କରିବା ପାଇଁ ଉତ୍ସାହ ଦେଖାଉଥିବା ଜଣାପଡ଼ିଛି।
ଅକ୍ସଫୋର୍ଡ ଇକୋନୋମିକ୍ସର ରିପୋର୍ଟ ଅନୁଯାୟୀ, ଭାରତୀୟ ଅର୍ଥନୀତି ଖରାପ ହେବ ବୋଲି ଯେଉଁଭଳି ଆଶା କରାଯାଉଥିଲା ତାହା ଏବେ ନାହିଁ। ତେଣୁ ରିଜର୍ଭ ବ୍ୟାଙ୍କ ସୁଧ ହାରରେ ପରିବର୍ତ୍ତନ କରିପାରେ। କାରଣ ଏବେ ଆରବିଆଇ ଋଣ ହାର ସ୍ୱଳ୍ପ ରଖିଛି।
ରିପୋର୍ଟରେ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟ ମାସିକରେ ମୁଦ୍ରାସ୍ଫୀତି ହାରାହାରି ୬ ପ୍ରତିଶତରୁ ଅଧିକହେବ ବୋଲି ଅକ୍ସଫୋର୍ଡ଼ ତାର ରିପୋର୍ଟରେ କହିଛି। ଡିସେମ୍ବର ମାସରେ ଆରବିଆଇ ମୁଦ୍ରା ସମୀକ୍ଷା ବୈଠକ କରିବ ଏହି ସମୟରେ କେନ୍ଦ୍ରୀୟ ବ୍ୟାଙ୍କ ନୀତି ହାରକୁ ଅପରିବର୍ତ୍ତିତ ରଖିପାରେ ବୋଲି ରିପୋର୍ଟରେ କୁହାଯାଇଛି।
The post ‘ଆକଳନଠାରୁ ଦ୍ରୁତ ଗତିରେ ଦେଶର ଅର୍ଥନୀତି ସୁଧୁରୁଛି’ appeared first on Odisha Reporter.
from Odisha Reporter https://ift.tt/3lCjbhX
No comments:
Post a Comment