କଟକ (ଓଡ଼ିଶା ରିପୋର୍ଟର): ଓଲିଉଡ୍ ଅଭିନେତା ଅମ୍ଳାନ ଦାସଙ୍କ ପତ୍ନୀ ଭୂମିକା ଗତକାଲି ମହାନଦୀରେ ପଡ଼ିଯାଇଥିବା ବେଳେ ଏହା ଏକ ଦୁର୍ଘଟଣା ନା ଅନ୍ୟ କୌଣସି କାରଣରୁ ଏହି ଘଟଣା ଘଟିଥିଲା ବୋଲି ସାଧାରଣରେ ତଥା ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ଯଦିଓ ଅମ୍ଳାନ ଏହା ଏକ ଦୁର୍ଘଟଣା ଥିଲା ବୋଲି କହିଥିଲେ, ତଥାପି ଏଭଳି ଆଲୋଚନା ଚାଲିଥିଲା। ତେବେ ଏହି ଘଟଣା ନେଇ ମୁହଁ ଖୋଲିଛନ୍ତି ନିଜେ ଅମ୍ଳାନଙ୍କ ପତ୍ନୀ। ଏକ ଭିଡିଓ ଜାରି କରି ସେ କେମିତି ମହାନଦୀରେ ପଡ଼ିଗଲେ, ତାହା କହିବା ସହ ଏହାକୁ ନେଇ ମିଛ ଖବର ପ୍ରଚାର ନ କରିବାକୁ ଅନୁରୋଧ କରିଛନ୍ତି।
ଏହି ଭିଡିଓରେ ଭୂମିକା କହିଛନ୍ତି ଯେ ସେ କାଲି ଓପାସ କରିଥିଲେ। ତେଣୁ ତାଙ୍କୁ ଦୁର୍ବଳ ଲାଗୁଥିଲା। ମୁଣ୍ଡ ବି ବୁଲାଉଥିଲା। ପୂଜା ସାମଗ୍ରୀ ଗୁଡ଼ିକ ପାଣିରେ ପକାଇବାକୁ ଗଲା ବେଳେ ମୁଣ୍ଡ ବୁଲାଇ ଦେଲା। ଯେହେତୁ ସେ ହାଇ ହିଲ୍ ପିନ୍ଧିଥିଲେ, ତେଣୁ ଗୋଡ଼ ଖସି ଯାଇଥିଲା ଓ ସେ ନଦୀରେ ପଡ଼ି ଯାଇଥିଲେ। କିନ୍ତୁ ଏହି କଥାକୁ ନେଇ ଗୁଡ଼ାଏ ମିଛ କଥା ପ୍ରଚାର କରାଯାଉଛି। ତାଙ୍କ ପରିବାର ଓ ସ୍ୱାମୀଙ୍କ ବିଷୟରେ ବି ମିଛ ଖବର ପ୍ରଚାର କରାଯାଉଛି। ଏହା ଠିକ୍ ନୁହେଁ।
ଏହି ଘଟଣା ନେଇ ମିଛ ଖବର ପ୍ରଚାର ନ କରିବାକୁ ଭୂମିକା ଅନୁରୋଧ କରିଛନ୍ତି।
ଗତକାଲି ଘଟଣା ସଂପର୍କରେ ଅମ୍ଳାନ କହିଥିଲେ ଯେ ପୂଜା ସାମଗ୍ରୀ ବିସର୍ଜନ କରିବା ପାଇଁ ସେ ତାଙ୍କ ପତ୍ନୀଙ୍କୁ ଗାଡ଼ିରେ ନେଇ ଯାଇଥିଲେ। ତାଙ୍କ ପତ୍ନୀ ପୋଲ ପାଖରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ସେ ଗାଡ଼ିରେ ବସି ଫୋନ୍ରେ କଥା ହେଉଥିଲେ। ତାଙ୍କ ପତ୍ନୀ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ଗୋଡ଼ ଖସିଯିବାରୁ ନଦୀରେ ପଡ଼ି ଯାଇଥିଲେ। ଏହା ପରେ ସଙ୍ଗେ ସଙ୍ଗେ ପୁଲିସ୍କୁ ଫୋନ୍ କରାଯାଇଥିଲା ଓ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହା ସହିତ କୌଣସି ପାରିବାରିକ ବିବାଦ ନଥିବା ଅମ୍ଳାନ କହିଥିଲେ।
The post ମୁହଁ ଖୋଲିଲେ ଅଭିନେତା ଅମ୍ଳାନଙ୍କ ପତ୍ନୀ, ଭିଡିଓ ଜାରି କରି କ’ଣ କହିଛନ୍ତି ଦେଖନ୍ତୁ appeared first on Odisha Reporter.
from Odisha Reporter https://ift.tt/35vPQ37
No comments:
Post a Comment