କଟକ(ଓଡ଼ିଶା ରିପୋର୍ଟର): କଟକ ନୟାସଡ଼କସ୍ଥିତ IIFL ଫାଇନାନ୍ସ କମ୍ପାନୀରୁ ଲକ୍ଷାଧିକ ଟଙ୍କା ଓ ବିପୁଳ ପରିମାଣର ସୁନା ଲୁଟ୍ ଘଟଣାରେ ଖୋଳତାଡ଼ ଜାରି ରଖିଥିବା ପୁଲିସ୍ ଗତ ରାତିରେ ବିବାହ ବେଦୀକୁ ଯାଉଥିବା ଜଣେ ବରକୁ ଟେକି ନେଇଛି। ବରଜଣଙ୍କ ଗୋଟିଏ ସ୍ୱର୍ଣ୍ଣ ଋଣ ପ୍ରଦାନକାରୀ ସଂସ୍ଥାର ମ୍ୟାନେଜର ହୋଇଥିବା ବେଳେ ତାଙ୍କ ନିକଟରୁ ବିପୁଳ ପରିମାଣର ଲୁଟ୍ ସୁନା ଜବତ ହୋଇଛି।
ଅଟକ ମ୍ୟାନେଜରଙ୍କୁ ମାରାଥନ ଜେରା ଚାଲିଥିବା DCP ସୂଚନା ଦେଇଛନ୍ତି। ଅପରପକ୍ଷେ ବାହାଘର ପାଇଁ ହୋଟେଲରେ ଅପେକ୍ଷା କରିଥିବା କନ୍ୟା ନିରାଶ ହୋଇ ଫେରି ଯାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, କଟକ ନୟାସଡ଼କସ୍ଥିତ IIFL ବ୍ରାଞ୍ଚରେ ଗତ ୧୯ ତାରିଖରେ ଏକ ବଡ଼ ଧରଣର ଲୁଟ୍ ହୋଇଥିଲା। IIFLର ଲାଲା ଅମ୍ରିତ ରାୟ ନାମକ କର୍ମଚାରୀ ହିଁ ଏହି ଲୁଟ୍ ଘଟଣାରେ ମାଷ୍ଟରମାଇଣ୍ଡ ହୋଇଥିବା ବେଳେ ସେ ନିଜ ଭାଇ ଓ ସାଙ୍ଗଙ୍କ ସହ ମିଶି ଏହି ଡକାୟତି ଯୋଜନା କରିଥିଲେ। ଏହି ଘଟଣାରେ ପୁଲିସ୍ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ୨ କେଜି ସୁନା ଓ ୨ଟି ବାଇକ୍ ଜବତ କରିଥିବା ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରକାଶ କରିଥିଲେ। ଏହାପରେ ବି ଏହି ଘଟଣାର ତଦନ୍ତ ଜାରି ରଖିଛି ପୁଲିସ୍।
The post IIFL ଲୁଟ୍ ଘଟଣା; ବେଦୀକୁ ଯାଉଥିବା ବରକୁ ଟେକିନେଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/39dot05
No comments:
Post a Comment